ମୃତ୍ୟୁ ଖବରକୁ ଖଣ୍ଡନ କଲେ ଗୋଖଲେଙ୍କ ଝିଅ

ମୁମ୍ଵାଇ ୨୪।୧୧: ହିନ୍ଦୀ ଏବଂ ମରାଠୀ ସିନେମାର ପ୍ରସିଦ୍ଧ ଅଭିନେତା ବିକ୍ରମ ଗୋଖଲେ। ବର୍ତ୍ତମାନ ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛ ବୋଲି କୁହାଯାଉଛି। ପୁଣେର ପଣ୍ଡିତ ଦୀନାନାଥ ମଙ୍ଗେଶକର ଡାକ୍ତରଖାନାର ଆଇସିୟୁରେ ରଖାଯାଇଛି। ଏସବୁ ମଧ୍ୟରେ ବିକ୍ରମ ଗୋଖଲେଙ୍କ ମୃତ୍ୟୁ ଖବର ମଧ୍ୟ ବ୍ୟାପିଯାଇଥିଲା।  ନ୍ୟୁଜ୍‌ ଏଜେନସି ଏଏନ୍‌ଆଇ  ଟ୍ଵିଟ୍‌ କରି କହିଛନ୍ତି, ଏନେଇ ତାଙ୍କ ଝିଅ ନେହା କହିଛନ୍ତି ଯେ ବିକ୍ରମ ଗୋଖଲେ କୋମାରେ ଅଛନ୍ତି। ତାଙ୍କ ଅବସ୍ଥା ଗୁରୁତର ଏବଂ ତାଙ୍କ ମୃତ୍ୟୁ ଖବର ଏକ ଗୁଜବ। ଏଠାରେ, ଗୋଖଲେଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ମାତ୍ରେ ଅନେକ ସେଲିବ୍ରେଟ୍ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଆରମ୍ଭ କରିଛନ୍ତି। ଯାହାକି ଏହି ଖବର ପୁରାପୁରି ମିଥ୍ୟା।  କହିବାକୁ ଗଲେ ସୋସିଆଲ୍‌ ମିଡିଆରେ ସେଲେବ୍‌ ଠାରୁ ଆରମ୍ଭ କରି ତାଙ୍କ ଫ୍ୟାନ୍ସ ସଭିଏଁ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି। ସେଥିମଧ୍ୟରୁ ଏଥିରେ ଅଜୟ ଦେବଗନ୍, ମୁକେଶ ଛାବ୍ରା, ନୱାଜୁଦ୍ଦିନ ସିଦ୍ଦିକିଙ୍କ ସମେତ ଅନେକ ତାରକା ଅଛନ୍ତି । ବଲିଉଡ ଅଭିନେତା ଅଜୟ ଦେବଗନ ମଧ୍ୟ ବିକ୍ରମ ଗୋଖଲେଙ୍କ ଫଟୋ ସେୟାର କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅନ୍ୟପଟେ କାଷ୍ଟିଂ ନିର୍ଦ୍ଦେଶକ ମୁକେଶ ଛାବ୍ରା ତାଙ୍କ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ଅଭିନେତାଙ୍କ ମୃତ୍ୟୁ ଖବରକୁ ଟ୍ୱିଟ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହାବ୍ୟତୀତ ମଧୁର ଭଣ୍ଡାର ମଧ୍ୟ ବିକ୍ରମଙ୍କ ଏକ ଫଟୋ ସେୟାର କରି ଟ୍ୱିଟ୍ କରି କହିଛନ୍ତି, “ଶ୍ରେଷ୍ଠ ପ୍ରତିଭାଶାଳୀ ଅଭିନେତା ବିକ୍ରମ ଗୋଖଲେ ଜୀଙ୍କର ଦେହାନ୍ତ ବିଷୟରେ ଶୁଣି ଦୁଃଖିତ। ହିନ୍ଦୀ ଏବଂ ମରାଠୀ ସିନେମାରେ ତାଙ୍କର ଅବଦାନ ସବୁବେଳେ ସ୍ମରଣୀୟ ହୋଇ ରହିବ।

Leave A Reply

Your email address will not be published.