ବାଥରୁମରେ ଲଗାଇଥିଲା ହିଡେନ କ୍ୟାମେରା, ରେକର୍ଡ କରିଥିଲା ୧୨୦୦ ଅର୍ଦ୍ଧ-ନଗ୍ନ ଭିଡିଓ

ବେଙ୍ଗାଲୁରୁ, ୨୪/୧୧: କର୍ଣ୍ଣାଟକରୁ ଏକ ସମ୍ବେଦନଶୀଳ ଖବର ସାମ୍ନାକୁ ଆସିଛି। ଯେଉଁଠାରେ ଏକ ବେସରକାରୀ କଲେଜରେ ଜଣେ ଛାତ୍ର, କଲେଜ ଛାତ୍ରୀଙ୍କ ଅର୍ଦ୍ଧ-ନଗ୍ନ ଭିଡିଓ ରେକର୍ଡ କରିବା ଅଭିଯୋଗରେ ଗିରଫ କରାଯାଇଛି। ଏନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ପୋଲିସ୍ କହିଛି ଯେ ଛାତ୍ରଙ୍କ ଉପରେ ଅଭିଯୋଗ ରହିଛି ଯେ, ସେ ହଷ୍ଟେଲର ଛାତ୍ରୀଙ୍କ ଭିଡିଓ ରେକର୍ଡ କରିବା ପାଇଁ ବାଥରୁମ୍‌ରେ ଏକ କ୍ୟାମେରା ଲୁଚାଇ ରଖିଥିଲା। ଏହା ସହ ସେ ୧୨୦୦ ରୁ ଅଧିକ ଅର୍ଦ୍ଧ ନଗ୍ନ ଭିଡିଓ ଏବଂ ଯୁବତୀଙ୍କ ଫଟୋ ରେକର୍ଡ କରିଥିଲା। ଅଭିଯୁକ୍ତର ନାଁ ଶୁଭମ ଆଜାଦ ବୋଲି ପୋଲିସ୍ ତରଫରୁ କୁହାଯାଇଛି। ପୋଲିସ କହିଛି ଯେ ଶୁଭମ ନିଜ ଗାର୍ଲଫ୍ରେଣ୍ଡଙ୍କ ଅର୍ଦ୍ଧନଗ୍ନ ଫଟୋ ଉଠାଇଥିବାର ଅଭିଯୋଗ ରହିଛି। ଏହାର ମଧ୍ୟ ଅଭିଯୋଗ ହୋଇଛି। ପୋଲିସ ଅନୁଯାୟୀ, ନିକଟରେ ସେ ହଷ୍ଟେଲରେ କ୍ୟାମେରା ଲଗାଉଥିବା ବେଳେ କିଛି ଯୁବତୀ ତାଙ୍କୁ ଧରିଥିଲେ। ଯାହାପରେ ସେ ହଷ୍ଟେଲରୁ ଖସି ପଳାଇଯାଇଥିଲା। ପୋଲିସ କହିଛି ଯେ ହୋସାକେରେହଲ୍ଳୀ ନିକଟରେ ଏକ ବେସରକାରୀ କଲେଜରେ ହୋଇଥିବା ଏହି ଘଟଣା ହଷ୍ଟେଲରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜ୍ ଯାଞ୍ଚ କରାଯିବା ସମୟରେ ସାମ୍ନାକୁ ଆସିଥିଲା। ପୋଲିସ କହିଛି ଯେ ସେ ପୂର୍ବରୁ ମଧ୍ୟ ଏଭଳି କରିଥିଲା ଏବଂ ଧରାପଡ଼ିଥିଲା। ଲିଖିତ କ୍ଷମାପତ୍ର ଜମା କରିବା ପରେ ତାକୁ ଛାଡ଼ି ଦିଆଯାଇଥିଲା। ପୋଲିସ୍ କହିଥିଲା ଯେ ପ୍ରଫେସରଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରିଥିଲା। ତା’ର ଫୋନ୍ ଜବତ କରାଯାଇଛି। ପୋଲିସ କହିଛି ଯେ ତା’ ନିକଟରୁ ୧୨୦୦ ରୁ ଅଧିକ ଭିଡିଓ ଏବଂ ଫଟୋ ଜବତ ହୋଇଛି। ପୋଲିସ କହିଛି ଯେ ଅଭିଯୁକ୍ତ ପାଖରେ ଆହୁରି ଏକ ଫୋନ୍ ରହିଛି ସେଥିରେ ମଧ୍ୟ ଭିଡିଓ ଥିବା ନେଇ ସନ୍ଦେହ କରାଯାଉଛି। ତେବେ ଘଟଣା ସହ ଜଡ଼ିତ ଧାରା ଅନୁଯାୟୀ ଅଭିଯୁକ୍ତ’ ବିରୋଧରେ ମାମଲା ରୁଜୁ କରାଯାଇଛି। ମାମଲା ଆଧାରରେ ପୋଲିସ ପଚରାଉଚରା ଜାରି ରଖିଛି। ଏହି ମାମଲାରେ ଖୁବଶୀଘ୍ର ଯାଞ୍ଚ ଆରମ୍ଭ ହେବାନେଇ ବରିଷ୍ଠ ପୋଲିସ ଅଧିକାରୀ ପି କୃଷ୍ଣକାନ୍ତ କହିଛନ୍ତି।

Leave A Reply

Your email address will not be published.