ଏବେ ରାଜ୍ୟରେ ସ୍କ୍ରବ ଟାଇଫସ୍ ସଂକ୍ରମଣ ବଢ଼ୁଛି, ସାବଧାନ ରହିବାକୁ ପରାମର୍ଶ ଦେଲେ ଜନସ୍ୱାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ବର: ରାଜ୍ୟରେ ଗୋଟାଏ ପରେ ଗୋଟାଏ ଡେଙ୍ଗୁ ମାମଲା ଚିହ୍ନଟ ହେଉଥିବା ବେଳେ ଏ ନେଇ ନିଜର ବୟାନ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର। କେବଳ ‌‌ସେତିିକି ନୁହେଁ,ଏବେ ରାଜ୍ୟରେ ସ୍କ୍ରବ ଟାଇଫସ୍ ସଂକ୍ରମଣ ବି ବଢ଼ୁଛି। ସେଥିପାଇଁ ସେ ରାଜ୍ୟବାସୀଙ୍କୁ ସାବଧାନ ରହିବାକୁ ପରାମର୍ଶ ଦେଇଛନ୍ତି।

gpkandhamal

ନିରଞ୍ଜନ ମିଶ୍ର ଗଣମାଧ୍ୟମରେ ତାଙ୍କର ମତ ରଖି କହିଛନ୍ତି, ‘‘ଡେଙ୍ଗୁ ବଢିନି, ସ୍ଥିର ଅବସ୍ଥାରେ ଅଛି। ଭୁବନେଶ୍ୱରରେ ଦୈନିକ ୮୦ରୁ  ୧୦୦ ମାମଲା ଆସୁଛି। ସାରା ରାଜ୍ୟରେ ଦୈନିକ ୨୦୦ ମାମଲା ଦେଖାଦେଉଛି। ଗତ୧୦ ତାରିଖ ରିପୋର୍ଟ ଅନୁସାରେ, ସାରା ରାଜ୍ୟରେ ୬୮୬୧୦ଟି ନମୁନା ପରୀକ୍ଷା ହୋଇଛି।  ଏଥିରୁ ୫୦୯୭ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୨୧୩୩ ରୋଗୀ ଚିହ୍ନଟ ହୋଇଛନ୍ତି। ଏହା ଏକ ଭାଇରାଲ୍‌ ରୋଗ। ମଣିଷରୁ ମଣିଷକୁ ସଂକ୍ରମିତ ହୁଏନି। ଡେଙ୍ଗୁ ରୋଗୀକୁ ମଶା କାମୁଡି ଆଉ ଜଣେ ମଣିଷକୁ କମିଡିଲେ ଡେଙ୍ଗୁ ହୁଏ। ଡେଙ୍ଗୁ ରୋଗୀ ବାହାର ରାଜ୍ୟରୁ ଆସିଥିଲେ ପରିବାର ଆକ୍ରାନ୍ତ ହେବାର ଆଶଙ୍କା ରହିଛି।’’

Umasankar Adv

ଜନସ୍ୱାସ୍ଥ୍ୟ ନିର୍ଦେଶକ ସ୍କ୍ରବ ଟାଇଫସ ବାବଦ‌ରେ କହିଛନ୍ତି ଯେ, ‘‘ସାବଧାନ ରୁହନ୍ତୁ। ଏବେ ସ୍କ୍ରବ ଟାଇଫସ ମାତିଛି। ଏହା ଚିଗର ନାମକ କୀଟ କାମୁଡ଼ିଲେ ହେଉଛି। ବିଲ ବା ଜଙ୍ଗଲ ଯାଉଥିବା ଲୋକଙ୍କୁ ଏହା ହେଉଛି। ଏହି ସ୍କ୍ରବ ଟାଇଫସ ହେଲେ  ଜ୍ୱର ଲାଗି ରହେ। ମୃତ୍ୟୁ ସମ୍ଭାବନା ବି ଅଛି। ଶରୀରର ଯେଉଁ ସ୍ଥାନକୁ କାମୁଡେ, ସେଠାରେ ସ୍କିନ ଡେଡ ହୋଇଯାଏ। ଯାହାକୁ ଏଚାର ବୋଲି କୁହାଯାଏ। ଏହାର ପରୀକ୍ଷା ସବୁ ଜିଲ୍ଲା ହସ୍ପିଟାଲର ଡିପିଏଚ୍‌ଏଲ୍‌ରେ ଏଲିଶା ପଦ୍ଧତିରେ ହେବାର ବ୍ୟବସ୍ଥା ରହିଛି। ଚିହ୍ନଟ ହେଲେ ଚିକିତ୍ସା ସହଜ ହେବ। ସାଧାରଣ ଆଣ୍ଟିବାୟୋଟିକ୍‌ କାମଦେବ। ଯାହାର ଜ୍ୱର କମୁନି, ସେମାନେ ପରୀକ୍ଷା କରନ୍ତୁ। କାରଣ ଏହାକୁ ପ୍ୟାରକସିଆ ପରନରିଜିନ କୁହାଯାଏ। ପ୍ୟାରକସିଆ ପରନରିଜିନମାନଙ୍କୁ ସ୍କ୍ରବ ଟାଇଫସ ଟେଷ୍ଟ କରାଯାଏ। ବରଗଡ଼, ନବରଙ୍ଗପୁର, ସୁନ୍ଦରଗଡ଼ରେ ଏହି ରୋଗ ବ୍ୟାପୁଛି। ହେଲେ ସର୍ବାଧିକ ମ‌ାମଲା କେନ୍ଦୁଝରରୁ ଆସୁଛି।’’

Leave A Reply

Your email address will not be published.