ସୌମ୍ୟରଞ୍ଜନଙ୍କୁ ଦଳର ଉପସଭାପତି ପଦରୁ ହଟାଇଲେ ନବୀନ

ଭୁବନେଶ୍ବର: ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଜୁ ଜନତା ଦଳ (ବିଜେଡି)। ତାଙ୍କୁ ଦଳର ଉପସଭାପତି ପଦରୁ ହଟାଇଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ। ନିକଟରେ ସେ ୫-ଟି ସଚିବଙ୍କ ହେଲିକପ୍ଟର ଗସ୍ତକୁ ସମାଲୋଚନା କରି ‘ସମ୍ବାଦ’ରେ ଲେଖିଥିବା ସଂପାଦକୀୟ ସ୍ତମ୍ଭ ‘ଆତ୍ମବିଭୋର ପ୍ରଶାସକ, ଅସହାୟ ରାଜନେତା’ ଚର୍ଚ୍ଚାର ପରିସର ଆସିଥିଲା। ସ୍ତମ୍ଭ ପ୍ରକାଶିତ ହେବାର ଦୁଇ ସପ୍ତାହ ପରେ ଏହାକୁ ନେଇ ବିଜୁ ଜନତା ଦଳର ବିଧାୟକ ଓ ମନ୍ତ୍ରୀ ସୌମ୍ୟରଂଜନଙ୍କୁ ଆକ୍ଷେପ କରି ବୟାନବାଜି ଆରମ୍ଭ କରିଥିଲେ। ପ୍ରଥମେ ବିଧାୟକ ଅରୁଣ ସାହୁ, ତା’ପରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ମନ୍ତ୍ରୀ ପ୍ରତାପ ଦେବ ତାଙ୍କୁ ସମାଲୋଚନା କରି ଦଳକୁ ‘ବ୍ଲାକମେଲ’ କରୁଥିବା ଅଭିଯୋଗ ଆଣିଥିଲେ। ଏହାପରେ ସୌମ୍ୟରଂଜନ ଏହାର କଡ଼ା ଜବାବ ଦେଇ ଦଳରେ ଚାଲିଥିବା ଅଫିସର ରାଜକୁ  ସମାଲୋଚନା କରିଥିଲେ। ଏହି ଘଟଣା ପରେ ବିଜୁ ଜନତା ଦଳ ପକ୍ଷରୁ ଆଜି ଏହି ପଦକ୍ଷେପ ନିଆଯାଇଛି।

ଏବେ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଥିବା ନିର୍ଦ୍ଦେଶନାମା ବିଜେଡି ପକ୍ଷରୁ ଜାରି କରାଯିବା ସହିତ, ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଉପ-ସଭାପତି ପଦରୁ ହଟାଯାଇଥିବା ଉଲ୍ଲେଖ ଅଛି। କୌଣସି କାରଣ ନଦର୍ଶାଇ ସୌମ୍ୟଙ୍କୁ ପଦରୁ ଅପସାରିତ କରାଯାଇଛି। ଅନେକ ସମୟରେ ସେ ନିଜର ଅଲେଖ୍ୟ ଓ ବକ୍ତବ୍ୟ ପାଇଁ ଚର୍ଚ୍ଚାରେ ରହୁଥିଲେ। ଏପରିକି ଦଳ ଓ ଶାସନକୁ ନେଇ ସେ ପ୍ରଶ୍ନ ଉଠାଇବାକୁ ବି ପଛାଇ ନ ଥିଲେ।

Umasankar Adv
gpkandhamal

ଖଣ୍ଡପଡ଼ା ବିଧାୟକ ତଥା ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ସମ୍ପାଦକୀୟ ‘‘ଆତ୍ମବିଭୋର ପ୍ରଶାସକ ଓ ଅସହାୟ ରାଜନେତା’ କୁ ନେଇ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଥିଲା। ଏହି ସଂପାଦକୀୟରେ ସୌମ୍ୟରଂଜନ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ୫-ଟି ସଚିବଙ୍କ ଜିଲ୍ଲା ଗସ୍ତର ପ୍ରାସଙ୍ଗିକତାକୁ ନେଇ ପ୍ରଶ୍ନ ଉଠାଇଥିଲେ। ପ୍ରତି ଗସ୍ତ ଲାଗି ସରକାରୀ ଅର୍ଥରେ ହେଲିକପ୍ଟରର ବ୍ୟବହାର ଉପରେ ମଧ୍ୟ ଚିନ୍ତାପ୍ରକଟ କରିଥିଲେ। ଏହା ପରେ ବିଜେଡି ନେତା ଓ ମନ୍ତ୍ରୀ ସୌମ୍ୟରଂଜନଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି। ଶକ୍ତିମନ୍ତ୍ରୀ ପ୍ରତାପ ଦେବ ଦଳରେ ଥାଇ ଏପରି ଲେଖିବାକୁ କଡ଼ା ସମାଲୋଚନା କରିବା ସହ ଏହା ବ୍ଲାକମେଲିଂ ଓ ଦଳୀୟ ବିଶୃଙ୍ଖଳା ଭଙ୍ଗ ବୋଲି କହିଥିଲେ। କେବଳ ସେତିକି ନୁହେଁ, ସୌମ୍ୟବାବୁ ଦଳରୁ ବାହାରି ଯାଇ ଏପରି ଲେଖନ୍ତୁ ବୋଲି ପରାମର୍ଶ ଦେଇଥିଲେ।

ଏହାର ଜବାବରେ ସୌମ୍ୟରଂଜନ କହିଥିଲେ, ଯେହେତୁ ମୁଁ ବିଜେଡ଼ିକୁ ଭଲପାଏ, ଦଳର ଦୋଷ ଦୁର୍ବଳତା ସୁଧାରିବା ଦାୟିତ୍ୱ ଅଛି | ମୁଁ କାହିଁକି ଦଳ ଛାଡ଼ିବି? ସେମାନଙ୍କର ନିଲମ୍ବନ ଅଧିକାର ଅଛି | ସେହିପରି ସୌମ୍ୟ କହିଥିଲେ, ସରକାରଙ୍କଠାରୁ ଦରମା ପାଉଥିବା ସଚିବମାନେ ଦଳୀୟ କାମରେ ମୁଣ୍ଡ ପୁରାଇବା ଅନୁଚିତ | ଜଣେ ଦୁଇଜଣ ଆଇଏଏସ ଅଫିସର ଦଳ ସମ୍ଭାଳିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି | ଯଦି ସଚିବମାନଙ୍କର ଦଳୀୟ କାର୍ଯ୍ୟକ୍ରମ କରିବାକୁ ଇଚ୍ଛା ଅଛି ତେବେ ଇସ୍ତଫା ଦେଇ ଆସନ୍ତୁ | ଚାକିରି ଛାଡି ରାଜନୀତି କଲେ କୌଣସି ଆପତ୍ତି ନାହିଁ ବୋଲି ଖୋଲା ଚାଲେଞ୍ଜ ଦେଇଥିଲେ।

Leave A Reply

Your email address will not be published.