ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରିବାକୁ ନିଷ୍ପତ୍ତି : ତାତିଲେ ଛାତ୍ର ସଂଗଠନ, ଆନ୍ଦୋଳନ ପାଇଁ ଧମକ

ଭୁବନେଶ୍ବର: ରାଜ୍ୟ ସରକାର ଲଗାତର ଷଷ୍ଠ ବର୍ଷ ପାଇଁ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ‌ ସ୍ତରରେ ହେଉଥିବା ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ହେଲେ ରାଜ୍ୟ ସରକାର କାହିଁକି ଛାତ୍ର ନେତା ସୃଷ୍ଟି କରିବାକୁ ପଛଘୁଞ୍ଚା ଦେଉଛନ୍ତି ସେନେଇ କିଛି ସ୍ପଷ୍ଟ କାରଣ ଦର୍ଶାଇ ନାହାନ୍ତି। ଯାହା ଏବେ ରାଜ୍ୟରେ ବଡ଼ ଛାତ୍ର ଆନ୍ଦୋଳନକୁ ଉସ୍‌କାଇଛି। ଏପରିକି ରାଜ୍ୟ ସରକାର ନିଷ୍ପତ୍ତି ନବଦଳାଇଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ ବୋଲି ବିଭିନ୍ନ ଛାତ୍ର ସଂଗଠନ ଚେତାବନୀ ଦେଇଛନ୍ତି।

gpkandhamal

ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରି ପରିବାରବାଦ ରାଜନୀତିକୁ ଗୁରୁତ୍ବ ଦେଉଛନ୍ତି କି ବୋଲି ଏବେ ପ୍ରଶ୍ନ ଉଠିଲାଣି। ରାଜ୍ୟରେ ପରିବାରବାଦ ଚାଲିଛି ବୋଲି ଗତ କିଛି ଦିନ ତଳେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ। ଏପରିକି ନିକଟରେ ହୋଇଥିବା କେତେକ ଉପନିର୍ବାଚନରେ ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ବିଜେପି ଦିବଂଗତ ନେତାଙ୍କ ପରିବାର ଲୋକଙ୍କୁ ହିଁ ପ୍ରାର୍ଥୀ କରିଥିଲେ। ଏଥିରେ କାହାର ପୁଅ ଥିଲେ ତ କାହାର ଝିଅ ଥିଲେ। କେବଳ ଏତିକି ନୁହେଁ, ଏବେ ବିଭିନ୍ନ ବିଧାନସଭା ନିର୍ବାଚନମଣ୍ଡଳୀକୁ ଦେଖିଲେ ବୟସାଧିକ ନେତା, ନେତ୍ରୀମାନେ ତାଙ୍କ ପୁଅ/ଝିଅଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ନିର୍ବାଚନମଣ୍ଡଳୀ ସ୍ତରରେ ଛାତ୍ର ନେତାଙ୍କ ଅଭାବ ଯୋଗୁ ବହୁ ଆନ୍ଦୋଳନ ଯେପରି ତୀବ୍ର ରୂପ କଥା ନେଇପାରୁନି। ଏପରିକି ନିର୍ବାଚନମଣ୍ଡଳୀ ସ୍ତରରେ ଛାତ୍ରନେତା ନଥିବାରୁ ରାଜନୈତିକ ଦଳ ନିର୍ବାଚନ ସମୟରେ ଏହାର ଭରପୂର ଫାଇଦା ଉଠାଉଛନ୍ତି। ଯେଉଁଥିପାଇଁ ଏବେ ଛାତ୍ର ସଂସଦ ନିର୍ବାଚନ ଜରୁରି ବୋଲି ଚାରିଆଡ଼େ ଦାବି ଜୋର୍‌ ଧରିଛି। ରାଜ୍ୟ ସରକାର ମଙ୍ଗଳବାର ଜାରି କରିଥିବା ଶିକ୍ଷା ବର୍ଷ କ୍ୟାଲେଣ୍ଡରରେ ଛାତ୍ର ସଂସଦ ନିର୍ବାଚନ ନେଇ କୌଣସି ସୂଚନା ନଦେବା ପରେ ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କର ସୁବିଧା ଓ ଭଲ ପାଇଁ ସମସ୍ତ ନିଷ୍ପତ୍ତି ନିଆଯାଇଛି। ହେଲେ ମନ୍ତ୍ରୀଙ୍କର ଏହି ଉତ୍ତର ବିଭିନ୍ନ ଛାତ୍ର ସଂଗଠନକୁ ଉତ୍ତ୍ୟକ୍ତ କରିଦେଇଛି। ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଛନ୍ତି ଯେ ଛାତ୍ର ସଂସଦ ନିର୍ବାଚନକୁ ଶାସକ ବିଜେଡି ଭୟ କରୁଛି। ଛାତ୍ର ସଂସଦ ନିର୍ବାଚନ ହେଲେ ବିଜେଡିର ପରାଜୟ ହେବ ବୋଲି ସେମାନେ ଜାଣି ସାରିଥିବାରୁ ଉଦ୍ଦେଶ୍ୟମୂଳକ ଭାବେ ଏହି ନି‌ଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାର ଯଦି ନିଷ୍ପତ୍ତି ନବଦଳାଇବେ ତେବେ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ।

Umasankar Adv
Leave A Reply

Your email address will not be published.