୨ ଲକ୍ଷ ପୁରସ୍କାର ଘୋଷିତ ହାର୍ଡକୋର ମାଓବାଦୀ ଦୁଧି ମାଣ୍ଡା ଗିରଫ

ମାଲକାନଗିରି: ପୁଲିସକୁ ଚକମା ଦେଇ ଫେରାର ହୋଇଯାଇଥିବା ହାର୍ଡକୋର ମାଓବାଦୀ ଦୁଧି ମାଣ୍ଡାକୁ ମାଲକାନଗିରି ଜିଲ୍ଲା ପୁଲିସ ଗିରଫ କରିଛି। ଦୁଧି ମାଣ୍ଡା ଧରିବା ପାଇଁ ପୁଲିସ ବହୁ ଚେଷ୍ଟା କରିଥିବା ବେଳେ ଆଜି ଓଡିଶା ଓ ଛତିଶଗଡ ସୀମାନ୍ତରୁ କାବୁ କରିଛି। ଦୁଧି ମାଣ୍ଡାକୁ ଆଜି କୋର୍ଟ ଚାଲାଣ କରିଥିବା ନେଇ ପୁଲିସ ପକ୍ଷରୁ ସୂଚନା ମିଳିଛି।

gpkandhamal

ସୂଚନା ଅନୁଯାୟୀ, ଛତିଶଗଡ ରାଜ୍ୟ ସୁକୁମା ଜିଲ୍ଲା ଚିନ୍ତାଗୁଫା ଥାନା ଅନ୍ତର୍ଗତ ରାମାରାମ ଗ୍ରାମରେ ଦୁଧି ମାଣ୍ଡା (୨୧) ଘର। ସେ ମାଓ ସଂଗଠନ ଦରଭା ଡିଭିଜନ କୋଣ୍ଟା ଏଲଓଏସର ପାର୍ଟ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ। ସେ ବହୁ ମାଓ ହିସାଂରେ ସାମିଲ ରହିଥିବା ବେଳେ ପୁଲିସ ଉପରକୁ ଆକ୍ରମଣ କରିଥିଲେ। ୨୦୨୧ ମସିହାରେ ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ବଦଳିପାର ପାହଡର କୁମୁଖାରୀ ଅଞ୍ଚଳରେ ମାଓବାଦୀ ଓ ପୁଲିସ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏହି ଗୁଳିବିନିମୟରେ ଦୁଧି ମାଣ୍ଡା ସାମିଲ ଥିଲେ, ଏନେଇ ମାଥିଲି ପୁଲିସ ଥାନାରେ ମାମଲା ରୁଜୁ କରିଥିଲା। ମାଥିଲି ଥାନା କେସ୍ ନଂ ୧୪୨/୨୧ ମାମଲାରେ ଦୁଧି ମାଣ୍ଡା ଅଭିଯୁକ୍ତ ଥିବା ବେଳେ ପୁଲିସ ବହୁଦିନରୁ ଖୋଜୁଥିଲା। କିନ୍ତୁ ଏହି ହିସାଂକାଣ୍ଡ ପରେ ସେ ଛତିଶଗଡରେ ରହି ବିଭିନ୍ନ ମାଓ ହିସାଂରେ ସାମିଲ ହୋଇଥିଲେ, ଛତିଶଗଡ ସରକାର ପକ୍ଷରୁ ତାଙ୍କ ନାମରେ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ଦୁଧି ମାଣ୍ଡା ଆସନ୍ତା ୨୦୨୪ ମସିହା ନିର୍ବାଚନ ସମୟରେ କିଛି ନେତାଙ୍କୁ ଆକ୍ରମଣ କରିବା ପାଇଁ ଟାର୍ଗେଟ ଯୋଜନା କରୁଥିବା ନେଇ ପୁଲିସ ପଚରାଉଚୁରାରୁ ଜଣାପଡିଛି। ମାଲକାନଗିରି ଜିଲ୍ଲା ଏସଓଜି ଓ ଡିଭିଏଫ ପୁଲିସ ପକ୍ଷରୁ ଓଡିଶା ଓ ଛତିଶଗଡ ସୀମାନ୍ତରୁ ଆଜି ସକାଳୁ ଦୁଧି ମାଣ୍ଡାକୁ ଗିରଫ କରିଥିଲେ। ମାଥିଲି ଜେଏମଏଫସି କୋର୍ଟରେ ହାଜର କରିବା ପରେ ଦୁଧିକୁ ମାଲାକନଗିରି ଉପ କାରାଗାରକୁ ପଠାଯାଇଥିବା ସୂଚନା ମିଳିଛି।

Umasankar Adv
Leave A Reply

Your email address will not be published.