ଆସନ୍ତାକାଲି ଠାରୁ ରାଜ୍ୟରେ ଲକ୍‌ଡାଉନ୍ ଲାଗୁ ହେଉଥିବାରୁ ରବିବାର ବନ୍ଦ ରହିବ ଟିକାକରଣ

ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ୧୪ଦିନିଆ ରାଜ୍ୟବ୍ୟାପି ଲକଡ଼ାଉନ୍ । ଯାହାଫଳରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ କିନ୍ତୂୁ ଏହି ସମୟରେ ଚାଲିବ ଟିକାକରଣ ପ୍ରକ୍ରିୟା । ତେବେ ଲକ୍‌ଡ଼ାଉନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଟିକାକରଣ ନେଇ ସାନି ବିଜ୍ଞପ୍ତି ଜାରି କରିଛନ୍ତି । ଯାହାଫଳରେ ରବିବାର ବ୍ୟତିତ ବାକି ସମସ୍ତ ଦିନରେ ଟିକାକରଣ ଜାରି ରହିବ । ଟିକା ନେବାକୁ ଚାହୁଁଥିବା ବ୍ୟକ୍ତିମାନେ ନିଜ ନିଜ ବ୍ୟବସ୍ଥାରେ ଯାଇ ସୋମବାରରୁ ଶନିବାର ମଧ୍ୟରେ ଟିକା ନେଇପାରିବେ । ନିଜ ଗାଡ଼ି ,ଟ୍ୟାକ୍ସି କିମ୍ବା କୌଣସି ଯାନରେ ଯାଇ ନିକଟସ୍ଥ କେନ୍ଦ୍ରରେ ଟିକା ନେଇପାରିବେ । ସୁଚନା ଅନୁସାରେ ଆଜି ରାଜ୍ୟରେ ୮୨୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଖିବାକୁ ଗଲେ ଖୋର୍ଦ୍ଧାରେ ସର୍ବାଧିକ ରେକର୍ଡ଼ କରିଛି କରୋନା ଯାହାଫଳରେ ୧୨୭୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.