ବର୍ଷା ପାଇଁ ନ୍ୟୁୟର୍କରେ ଜରୁରୀ ପରିସ୍ଥିତି ଘୋଷଣା

ନ୍ୟୁୟର୍କ, ସେପ୍ଟେମ୍ବର ୨ : ଆମେରିକାରେ ଘୋଷଣା ହୋଇଛି ଜରୁରୀ ପରିସ୍ଥିତି । ପ୍ରବଳ ବର୍ଷା ଯୋଗୁଁ ସେଠାରେ ଯୁଆଡେ ଦେଖିବେ କେବଳ ପାଣି ଆଉ ପାଣି । ରାସ୍ତା ଠାରୁ ଆରମ୍ଭ କରି ମେଟ୍ରୋ, ସବୁଠି ହୋଇଯାଇଛି ଜଳମଗ୍ନ । ଲୋକେ ଘରେ ମଧ୍ୟ ଜଳବନ୍ଦୀ । ଘରୁ ବାହାରିବା ମିସକିଲ ହୋଇପଡିଛି । ଏଭଳି ପରିସ୍ଥିତିକୁ ଦେଖି ସେଠାକାର ମେୟର ବିଲ୍ ଡିବ୍ଲାସିୟୋ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ।  ତେବେ ସେ ଟ୍ୱିଟ କରି କହିଛନ୍ତି ଆମେ ଆଜି ଏକ ଐତିହାସିକ ପରିବେଶରେ ସାମ୍ନା କରୁଛୁ । ପୂରା ସହରରେ ରେକର୍ଡ ଭଙ୍ଗା ବର୍ଷା ହୋଇଛି । ଭୟଙ୍କ ବନ୍ୟା ପରିସ୍ଥିତି ଯୋଗୁଁ ବିଭିନ୍ନ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଚାରିଆଡେ ବିପଦପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି । ଯାହା ଫଳରେ ଆଜି ଜପରୀରେ ପରିସ୍ଥିତି ଘୋଷଣା କରୁଛି ।  ସେହିପରି ୫ ହାଜର ୩ ଶହ ବିଦ୍ୟୁତ ଉପଭୋକ୍ତା ବିନା ବିଦ୍ୟୁତରେ ଅଛି । ଆଗାମୀ କିଛି ଘଣ୍ଟା ମଧ୍ୟରେ ବର୍ଷା ଥମିଯିବ ବୋଲି ଆଶା କରାଯାଉଛି । ଯାହା ଫଳରେ ଘରୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି । ଅନେକ ସ୍ଥାନରେ ବିଦ୍ୟୁତ ସରବରାହ ମଧ୍ୟ ବିଚ୍ଚିନ୍ନ ହୋଇଛି । ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

Leave A Reply

Your email address will not be published.