ସାପ କାମୁଡ଼ାରେ ୨ ମୃତ

ମାଲକାନଗିରି: ବିଷାକ୍ତ ସାପ କାମୁଡ଼ାରେ ୨ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି । ଏଭଳି ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ଅର୍ନ୍ତଗତ ମାଟେରୁ ଗ୍ରାମରେ । ମୃତକ ଦ୍ୱୟ ହେଲେ ମାଟେରୁ ଗ୍ରାମର ଇରମା ମାଡ଼କାମିଙ୍କ ସ୍ତ୍ରୀ ଭୀମେ ମାଡ଼କାମୀ (୨୫) ଏବଂ ଭୀମେ ମାଡ଼କାମିଙ୍କ ଭାଇର ପୁଅ ଆକାଶ କୁରାମି(୧୨) । ରାତି ଶୋଇଥିବାବେଳେ ବିଳମ୍ବିତ ରାତିରେ ଭୀମେ ମାଡ଼କାମି ଏବଂ ଆକାଶ କୁରାମିକୁ ଏକ ବିଷଧର ସାପ କାମୁଡ଼ିଦେଇଥିଲା । ସେମାନଙ୍କୁ ତୁରନ୍ତ ପଡ଼ିଆ ଗୋଷ୍ଠୀ  ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.