ପିଲାଙ୍କ ପାଇଁ ଖୁବ୍ ଶୀଘ୍ର ଫାଇଜର ଆଣୁଛି କରୋନା ଟିକା

ନୂଆଦିଲ୍ଲୀ, ସେପ୍ଟେମ୍ବର ୨ : ଆମେରିକାରେ ଡେଲ୍ଟା ଭାରିଆଣ୍ଟ ଯୋଗୁଁ କରୋନା ସଂକ୍ରମଣ ମାମଲା ବୃଦ୍ଧି ହେବାରେ ଲାଗିଛି । ଏହି ସମୟରେ ଫାଇଜର ଏକ୍ସପର୍ଟ ପିଲାଙ୍କ ପାଇଁ କରୋନା ଟିକା ପ୍ରସ୍ତୁତି କରିଥିବା ନେଇ ଦାବି କରିଛନ୍ତି । କାରଣ ତୃତୀୟ ଲହରରେ ୧୮ ବର୍ଷରୁ କମ ବୟସର ଶିଶୁମାନେ ବେଶୀ ପ୍ରଭାବିତ ହେବାର ସମ୍ଭାବନା ରହିଛି ।  ଏହାକୁ ଦୃଷ୍‌ଟିରେ ରଖି ୧୨ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ଖୁବ ଶୀଘ୍ର ଫାଇଜର କମ୍ପାନୀ ଟିକା ଉପଲବ୍ଧ କରିବ ବୋଲି ପ୍ରକାଶ କରିଛି । ସେହିପରି ଫାଇଜର, ମୋଡର୍ଣ୍ଣା ଏବଂ ଜନ୍‌ସନ୍ ଆଣ୍ଡ୍ ଜନ୍‌ସନ୍ ପିଲାଙ୍କ ପାଇଁ କରୋନା ଟିକା ପ୍ରସ୍ତୁତିରେ ଲାଗିପଡିଥିବା ବେଳେ ଫାଇଜର ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଖୁବ ଶୀଘ୍ର ଆମେରିକାର ସ୍ୱାସ୍ଥ୍ୟ ବିଭାଗ ଏହି ଟିକାକୁ ମଞ୍ଜୁରୀ ଦେବ ବୋଲି ଜଣାପଡିଛି ।  ସେପଟେ ଆମେରିକାର କେତେକ ରାଜ୍ୟରେ ସ୍କୁଲ ଖୋଲି ଦିଆଯାଇଛି । ହେଲେ ଏଠାରେ ପିଲାଙ୍କ ପାଇଁ ମାସ୍କ ପିନ୍ଧିବା ଅନୁବାର୍ଯ୍ୟ ହୋଇଛି । କିଛିଦିନ ତଳେ ଆମେରିକାରେ ପିଲାଙ୍କ ଠାରେ ଖୁବ ବେଗରେ କୋରନା ସଂକ୍ରମଣ ବ୍ୟାପି ଥିଲା । ଏନେଇ ଫାଇଜର କମ୍ପାନୀ ଦ୍ରୁତ ଗତିରେ ଅଭିଯାନ ଚଳାଇଥିଲେ ।

Leave A Reply

Your email address will not be published.