ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ମୁକୁଲ ରାୟ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ, ସେପ୍ଟେମ୍ବର ୨ : ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ମୁକୁଲ ରାୟ ଗୁରୁବାର କୋଲକାତାର ଏସଏସକେଏମ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ମମାତା ବାନାର୍ଜୀଙ୍କ ନେତୃତ୍ୱାଧୀନ ‘ତୃଣମୂଳ କଂଗ୍ରେସ’ ପରିତ୍ୟାଗ କରି ଗୈରିକ ଶିବିରରେ ଯୋଗ ଦେବାର ଚାରିବର୍ଷ ପରେ ବିଜେପି ବିଧାୟକ ତଥା ଜାତୀୟ ଉପସଭାପତି ଥିବା ମୁକୁଲ ରାୟ ଜୂୁନ ମାସରେ ପୁନଶ୍ଚ ତୃଣମୂଳ କଂଗ୍ରେସକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ତେବେ ୬୨ ବର୍ଷୀୟ ତୃଣମୂଳ କଂଗ୍ରେସ ନେତା ମୁକୁଲ ରୟଙ୍କ ନିକଟତର ବନ୍ଧୂମାନଙ୍କ କହିବାନୁଯାୟୀ ଜୁଲାଇ ମାସରେ ତାଙ୍କ ପତ୍ନୀଙ୍କ ବିୟୋଗ ଘଟିବାରୁ ସେ ମାନସିକ ଆଘାତ ପାଇଥିଲେ । ସେବେଠାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ସେ ଡାକ୍ତରଙ୍କ ପରାମର୍ଶରେ ରହୁଥିଲେ । ଆଜି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.