କନ୍ଧମାଳ ଜିଲ୍ଲା ପ୍ରେସକ୍ଲବ ନିର୍ବାଚନ, ସୁନୀଲ ପଟନାୟକ ସଭାପତି, ପ୍ରଶାନ୍ତ ବେହେରା ସଂପାଦକ ଭାବେ ନିର୍ବାଚିତ

ଫୁଲବାଣୀ-୨/୯ ବୁଧବାର କନ୍ଧମାଳ ଜିଲ୍ଲା ସଦରମହକୁମା ଫୁଲ ବାଣୀ ପ୍ରେସକ୍ଲବ ର ଆସନ୍ତ ।୨ ବର୍ଷ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ସଭାପତି ଭାବେ ବରୀଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବା ବେଳେ କାର୍ଯ୍ୟକାରୀ ସଭାପତି ଭାବେ ଅଶୋକ ପରୀଡ଼ା, ଉପସଭାପତି ଭାବେ ସୁନୀଲ ବିଶ୍ଵାଳ ଓ ସତ୍ୟନାରାୟଣ ବେହେରା , ସାଧାରଣ ସଂପାଦକ ଭାବେ ପ୍ରଶାନ୍ତ ବେହେରା , ସହ ସଂପାଦକ ଭାବେ ରମେଶ ପ୍ରଧାନ ପ୍ରମୁଖ ମନୋନୀତ ହୋଇଥିଲୋ କାର୍ଯ୍ୟକାରୀ ସଦସ୍ୟଭାବେ ଶିବ ପ୍ରସାଦ ତ୍ରିପାଠୀ, ଅର୍ଜିତ ମହାରଣା, ବ୍ରଜବିହାରୀ ନନ୍ଦ, ଅଶୋକ ମହାନ୍ତି, ଶିବାନନ୍ଦ ପଟ୍ଟନାୟକ, ଜୟସେନ୍ ପରିଡ଼ା, ମୁସ୍କାନ ସୁଆର ପ୍ରମୁଖ ମାନୋନୀତ ହୋଇଛନ୍ତି । ସାମ୍ବାଦିକମାନଙ୍କ ବୃତିଗତ ସୁରକ୍ଷା ଓ ସମସ୍ତଙ୍କ ମଧ୍ୟରେ ଭାଇଚାରା ରକ୍ଷାକରିବା ସହ ପ୍ରେସ କ୍ଳବର ଉନ୍ନତି ଦିଗରେ ନିଷ୍ଠା ଓ ଆନ୍ତରୀକତା ର ସହ କାର୍ଯ୍ୟ କରିବେ ବୋଲି ନବନିର୍ବାଚିତ ସଭାପତି ସୁନୀଲ ପଟନାୟକ କହିଥିଲେ । ସେହିପରି ଏହି ଅବସରରେ ଅନୁଷ୍ଠିତ ସାଧାରଣ ବୈଠକରେ ସଂପାଦକ ଅଜିତ ମହାରଣା ବୈଠକରେ ପୁର୍ବ ବୈଠକର ବିବରଣୀ ପାଠ କରିବା ସହ କରୋନା ମହାମାରୀ ଯୋଗୁ ଗତ ଦୁଇ ବର୍ଷ ହେଲା ନିୟମିତ ବୈଠକ ହୋଇପାରିନ ଥିବା ଓ କିଛି ଉନ୍ନୟନ୍ନ ମୂଳକ କାର୍ଯ୍ୟ ହୋଇଥିବାବେଳେ ଆଉ କିଛି କାର୍ଯ୍ୟ ଅଧୁର । ରହିଯାଇଥିବା କଥା ବିଦାୟୀ ସଭାପତି ବରୀଷ୍ଠ ଶିବପ୍ରସାଦ ତ୍ରିପାଠୀ କହିଥିଲେ । ସେହିପରି ନୂତନ ଭାବେ ବୈଦୁତିକ ଗଣମାଧ୍ଯମରଜିଲ୍ଲା ପ୍ରତିନିଧି ବାଳକୃଷ୍ଣ ଚର୍ଚି, ପ୍ରଶାନ୍ତ ଜେନା, ରାଧାମୋହନ ମହାପାତ୍ର ଓ ଦୈନିକଖବର କାଗଜର ବଦ୍ୟନାଥ ବେହେରା, ପ୍ରମୁଖ ଙ୍କୁ ପ୍ରେସ କ୍ଳବର ନୂତନ ସଦସ୍ୟଭାବେ ଗ୍ରହଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବରୀଷ୍ଠ ସାମ୍ବାଦିକ ଡ. ଅରୁପ କୁମାର ଜେନା, ବିଜୟ ମହାନ୍ତି, ନାରାୟଣ ସାହୁ, ସନ୍ତୋଷ ଡିଗଲ, ଅଶୋକ, ମହାନ୍ତି, ଗୋପାଳକୃଷ୍ଣ ଫଟନାୟକଙ୍କ ପ୍ରମୁଖଙ୍କ ସମେତ ପ୍ରେସକ୍କ୍ବବର ସମସ୍ତ ସଦସ୍ୟ ସଦସ୍ୟା ପ୍ରମୁଖ ଉପସ୍ଥିତ ରହି ଆଲୋଚନ।ରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.