ରାଜ୍ୟରେ ୨୪ ଘଣ୍ଟାରେ ୮୪୯ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁୁବନେଶ୍ୱର, ସେପ୍ଟେମ୍ବର ୩ : ରାଜ୍ୟରେ ଧିରେ ଧିରେ କମୁଛି ସଂକ୍ରମଣ ସଂଖ୍ୟା । ଗତ ୨୪ ଘଣ୍ଟାରେ ୮୪୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୪୯୫ ଜଣ ଚହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩୫୪ ଜଣ ରହିଛନ୍ତି ।  ଅନୁଗୁଳରୁ ୨୦, ବାଲେଶ୍ୱରରୁ ୫୧, ବରଗଡରୁ ୩, ଭଦ୍ରକରୁ ୧୧, ବଲାଙ୍ଗୀରରୁ ୪, ବୌଦ୍ଧରୁ ୧, କଟକରୁ ୧୧୭, ଦେବଗଡରୁ ୮, ଢେଙ୍କାନାଳରୁ ୨୬, ଗଜପତିରୁ ୧, ଗଞ୍ଜାମରୁ ୧, ଜଗତସିଂହପୁରରୁ ୧୨, ଯାଜପୁରରୁ ୩୨, ଝାରସୁଗୁଡାରୁ ୪, କଳାହାଣ୍ଡିରୁ ୪, କନ୍ଧମାଳରୁ ୧, କେନ୍ଦ୍ରାପଡାରୁ ୯, କେନ୍ଦୁଝରରୁ ୧୨, ଖୋର୍ଦ୍ଧାରୁ ୩୪୧, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୨୧, ନବରଙ୍ଗପୁରରୁ ୪, ନୟାଗଡରୁ ୭, ପୁରୀରୁ ୩୧, ରାୟଗଡାରୁ ୧୨, ସମ୍ବଲପୁରରୁ ୧୬, ସୋନପୁରରୁ ୩, ସୁନ୍ଦରଗଡରୁ ୧୮ ଓ ଷ୍ଟେଟ ପୁଲରୁ ୭୮ ରହିଛନ୍ତି ।  ସୂଚନା ଅନୁସାରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୦୧୦୦୭୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୯୪୬୩୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୩୪୫ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Leave A Reply

Your email address will not be published.