ପୁଣି ଆସୁଛି ଦୁଇଟି ଲଘୁଚାପ, ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷିବ

ଭୁୁବନେଶ୍ୱର, ସେପ୍ଟେମ୍ବର ୩ : ଅଗଷ୍ଟ ମାସରେ ଶୁଖିଲା ପଡିଥିବା ଓଡିଶା ସେପ୍ଟେମ୍ବରରେ ଓଦା ହେବ । ଏଭଳି ଆକଳନ କରିଛି ପାଣିପାଗ ବିଭାଗ । ସେପ୍ଟେମ୍ବରରେ ସ୍ୱାଭାବିକ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।  ଓଡିଶା ଉପକୂଳ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତା ୬ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହେବ । ଏନେଇ ଶିକ୍ଷା ଓ ଅନୁସନ୍ଧାନ ପରିଚାଲିତ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି ।  ପୂର୍ବାନୁମାନ ଅନୁସାରେ ଆସନ୍ତା ୫ ଓ ୬ ତାରିଖ ମଧ୍ୟରେ ଦକ୍ଷିଣ ଓଡିଶାର ଅଳ୍ପ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଅଛି । ସେପ୍ଟେମ୍ବର ୬ ତାରିଖ ରାତିରୁ ୭ ତାରିଖ ମଧ୍ୟରେ ଉତ୍ତର ଓଡିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଆସନ୍ତା ୪ ରୁ ୬ ତାରିଖ ଭିତରେ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୧୧ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି । ଯାହାର ପ୍ରଭାବରେ ଉପକୂଳ ଓଡିଶାରେ ୧୧ରୁ ପ୍ରବଳ ବର୍ଷା ହୋଇପାରେ ।

Leave A Reply

Your email address will not be published.