ଯୁକ୍ତ ୨ ରେଜଲ୍ଟକୁ ନେଇ ଅସନ୍ତୁଷ୍ଟ ଥିବା ପରୀକ୍ଷାର୍ଥୀଙ୍କ ପାଇଁ ହେବ ସ୍ୱତନ୍ତ୍ର ପରୀକ୍ଷା

ଭୁୁବନେଶ୍ୱର, ସେପ୍ଟେମ୍ବର ୩ : ଯୁକ୍ତ ୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ରେଜଲ୍ଟକୁ ନେଇ ଅସନ୍ତୁଷ୍ଟ ଥିବା ପରୀକ୍ଷାର୍ଥୀଙ୍କ ପାଇଁ ହେବାକୁ ଥିବା ସ୍ୱତନ୍ତ୍ର ପରୀକ୍ଷା ପାଇଁ ଆଜିଠୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଛାତ୍ରଛାତ୍ରୀମାନେ ଗୁରୁବାର ଅପରାହ୍ନ ୨ଟାରୁ ୯ ତାରିଖ ଅପରାହ୍ନ ଗୋଟିଏ ପର୍ଯ୍ୟନ୍ତ ନାମ ପଞ୍ଜୀକରଣ କରିପାରିବେ । ଏଥିପାଇଁ କଲେଜଗୁଡିକୁ ଲିଙ୍କ ପଠାଯାଇଛି ।  ଛାତ୍ରଛାତ୍ରୀ ନିଜ କଲେଜ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସାମ୍ ଓ ଇ-ସ୍ପେସ୍ ମାଧ୍ୟମରେ ପଞ୍ଜୀକରଣ କରିବେ । ପରୀକ୍ଷା ପାଇଁ ପଞ୍ଜୀକରଣ ପରେ ପରୀକ୍ଷାର୍ଥୀଙ୍କୁ ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ମିଳିଥିବା ମାର୍କକୁ ଗଣନା କରାଯିବ ନାହିଁ । ସମସ୍ତ ବିଷୟରେ ପରୀକ୍ଷା ହେବ ନାହିଁ । ମାତ୍ର କେତେକ ପ୍ରମୁଖ ବିଷୟରେ ପରୀକ୍ଷା କରାଯିବ । ସେଥିପାଇଁ ପରୀକ୍ଷାର୍ଥୀ ଯେଉଁ ମାର୍କ ରଖିବେ ତାହାକୁ ଆଧାର କରି ଅନ୍ୟ ବିଷୟରେ ମାର୍କ ପ୍ରଦାନ କରାଯିବ ।  ପଞ୍ଜୀକରଣ ଶେଷ ହେବା ପରେ ପରୀକ୍ଷାର୍ଥୀଙ୍କ ସଂଖ୍ୟାକୁ ଦେଖି ପରୀକ୍ଷା ସୂଚୀ ଓ କେନ୍ଦ୍ର ଧାର୍ଯ୍ୟ ହେବ । ଏହି ପରୀକ୍ଷା ପାଇଁ ପଞ୍ଜୀକରଣ କରିବାକୁ ଥିବା ଛାତ୍‌ରଛାତ୍ରୀଙ୍କୁ କୌଣସି ଫି ଦେବାକୁ ପଡିବ ନାହିଁ । ପ୍ରଶ୍ନପତ୍ର ଢାଞ୍ଚାରେ ବି କିଛି ପରିବର୍ତ୍ତନ ହେବନି ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି ।

Leave A Reply

Your email address will not be published.