ଆଫଗାନିସ୍ତାନରେ ଅଳ୍ପ ଦିନରେ ଶେଷ ହୋଇଯିବ ଖାଦ୍ୟାନ୍ନ, ୩୫ଲକ୍ଷ ଲୋକ ଛାଡ଼ିଲେ ଘରଦ୍ୱାର

ନୂଆଦିଲ୍ଲୀ, ସେପ୍ଟେମ୍ବର ୦୩ : ଆଫଗାନିସ୍ତାନରେ ଚଳିତ ମାସ ଶେଷ ସୁଦ୍ଧା ଖାଦ୍ୟାନ୍ନ ଶେଷ ହୋଇଯାଇପାରେ । ଆଫଗାନିସ୍ତାନରେ ଅବସ୍ଥାପିତ ଯୁଗ୍ମ ରାଷ୍ଟ୍ରର ଉପ ସ୍ୱତନ୍ତ୍ର ପ୍ରତିନିଧି ରମିଜ ଅଲକବରୋଭ ଏହା କହିଛନ୍ତି । ସେ କହିଛନ୍ତି ଯେ, ଲକ୍ଷାଧିକ ଲୋକଙ୍କୁ ଖାଦ୍ୟ ପହଂଚାଇବା ପାଇଁ ଟଙ୍କାର ଆବଶ୍ୟକତା ରହିଛି । ଦେଶର ଏକ ତୃତୀୟାଂଶରୁ ଅଧିକ ଲୋକଙ୍କୁ ଖାଦ୍ୟ ମିଳିପାରୁ ନାହିଁ ।  ଆଫଗାନିସ୍ତାନକୁ ତାଲିବାନ ଜବରଦଖଲ କରିବା ପରେ ହଜାର ହଜାର ଲୋକ ଦେଶ ଛାଡ଼ି ପଳାୟନ କରିଛନ୍ତି । ସଂଯୁକ୍ତ ରାଷ୍ଟ୍ର ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ଯେଭଳି ପରିସ୍ଥିତି ଉପୁଜିଛି, ଚଳିତ ବର୍ଷ ଶେଷ ସୁଦ୍ଧା ଦେଶରୁ ୫ ଲକ୍ଷରୁ ଅଧିକ ଲୋକ ପଳାୟନ କରିପାରନ୍ତି । ୟୁଏନ ଏହି ଲୋକଙ୍କ ପାଇଁ ଆଫଗାନିସ୍ତାନର ପଡୋଶୀ ଦେଶକୁ ମଧ୍ୟ ସ୍ଥାନ ଦେବାପାଇଁ ଅପିଲ କରିଛି । ବର୍ତ୍ତମାନ ପରିସ୍ଥିତି ଉପୁଜିବା ପରେ ୨୬ ଲକ୍ଷରୁ ଅଧିକ ଆଫଗାନବାସୀ ପଡୋଶୀ ଦେଶରେ ଶରଣାର୍ଥୀ ଭାବେ ବସବାସ କରୁଛନ୍ତି । ଆଫଗାନିସ୍ତାନରେ ଏବେ ଏଭଳି ୩୫ ଲକ୍ଷ ଲୋକ ଅଛନ୍ତି, ଯେଉଁମାନେ ଘରଦ୍ୱାରା ଛାଡ଼ିଛନ୍ତି । 

Leave A Reply

Your email address will not be published.