କାମ କଲାନି କଇଁଚି: ଇମ୍ରାନ ଖାନଙ୍କ ମନ୍ତ୍ରୀ ଦାନ୍ତରେ ଛିଣ୍ଡାଇଲେ ରିବନ୍‌

ଇସଲାମାବାଦ, ସେପ୍ଟେମ୍ବର ୦୩ : ପାକିସ୍ତାନରେ ଅନେକ ସମୟରେ ବିରଳ ଘଟଣାଗୁଡ଼ିକ ଦେଖାଯାଇଥାଏ, ଯାହାକି ଦେଖିଲେ ହସ ବାହାରି ଯାଇଥାଏ । ପାକିସ୍ତାନର ପଂଜାବ ରାଜ୍ୟରେ ମନ୍ତ୍ରୀ ଫୈୟାଜ ଉଲ ହାସନ ଚୌହାନଙ୍କର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ ରିବନ କାଟିବାର ଏଭଳି ଏକ କାମ କରିଛନ୍ତି, ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଯେଉଁମାନେ ମନ୍ତ୍ରୀଙ୍କ ଏହି କାମ ଦେଖିଛନ୍ତି, ହସକୁ ନିୟନ୍ତ୍ରିତ କରିପାରି ନାହାନ୍ତି । ଭାଇରାଲ ଭିଡିଓରେ ଦେଖାଯାଉଛି ଯେ, ଇମରାନ ଖାନଙ୍କ ପାର୍ଟିର ଜଣେ ନେତା ଏବଂ ପଂଜାବ ରାଜ୍ୟର ମନ୍ତ୍ରୀ ଫେୟାଜ ଉଲ ଆସନ ଚୌହାନ କୌଣସି ଏକ ସ୍ଥାନକୁ ଉଦଘାଟନ ପାଇଁ ଯାଇଥିଲେ । ସେଠାରେ ମନ୍ତ୍ରୀଙ୍କୁ ରିବନ କାଟିବାର ଥିଲା । ସେ ରିବନ କାଟିବାକୁ ଯାଉଥିବା ବେଳେ କଇଁଚି କାମ କଲା ନାହିଁ । ଏହା ପରେ ମନ୍ତ୍ରୀ ମହୋଦୟ ରିବନକୁ ଧରିଲେ ଏବଂ ନିଜର ଦାନ୍ତରେ ଛିଣ୍ଡାଇଥିଲେ । ଏହା ଦେଖି ଆଖପାଖର ଲୋକେ ହସିବା ସହିତ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଥିଲେ । 

Leave A Reply

Your email address will not be published.