ଚାଲିପାରୁନି ଗୃହ କାର୍ଯ୍ୟ

ଭୁବନେଶ୍ୱର, ସେପ୍ଟେମ୍ବର 9 :ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନରେ ଆଜି ଶେଷ ଦିନ ହୋଇଥିବା ବେଳେ ପ୍ରଶ୍ନକାଳରେ ବିରୋଧୀଙ୍କ ଯୋଗୁଁ ଗୃହରେ ହୋହଲ୍ଲା ହୋଇଛି ।  ଯାହାଫଳରେ ଗୃହକୁ ୪ ପର୍ଯ୍ୟନ୍ତ ମୁଲତବି କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ପୁର୍ବରୁ ୧୧.୩୦ ପର୍ଯ୍ୟନ୍ତ ମୁଲତବି କରିଥିବା ବେଳେ ବର୍ତ୍ତମାନ ୪ ପର୍ଯ୍ୟନ୍ତ ମୂଲତବି କରିଛନ୍ତି । ସାର ଓ ଫସଲ ବୀମା ପ୍ରସଙ୍ଗ ଉଠାଇଲେ ଶାସକ ବିଜେଡ଼ି ସଦସ୍ୟ ଏବଂ ଏହାକୁ ନେଇ ଗାନ୍ଧି ମୃର୍ତ୍ତି ତଳେ ଧାରଣା ଦେଇ ମଧ୍ୟ ପ୍ରତିବାଦ କରିଛନ୍ତି ।

gpkandhamal

 ସୁଚନା ଅନୁସାରେ ଗତକାଲି ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିବା ଦୁଷ୍ମନ୍ତ ଏବଂ ପରେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଥିଲା ସେହି କଥା କୁ ବିଜେପି ପକ୍ଷରୁ ଉଠାଇ ଯାଇଥିଲା କେବଳ ଏତିକି ନୁହେଁ ଖଣି ଦୁର୍ନିତୀ କଥା ମଧ୍ୟ ଉଠାଯାଇଥିଲା ହେଲେ ଏହି କଥାକୁ ଏଡ଼ାଇବା ପାଇଁ ଚାଷୀ ପ୍ରସଙ୍ଗରେ ଧାରଣାରେ ବସିଛନ୍ତି ବିଜେଡ଼ି ସଦସ୍ୟ ।

Umasankar Adv
Leave A Reply

Your email address will not be published.