ଚିନ୍ତା ବଢାଇଲା ପିଲାଙ୍କ ଏମଆଇ ସିଣ୍ଡ୍ରୋମ

ଭୁୁବନେଶ୍ୱର, ସେପ୍ଟେମ୍ବର ୯ : କରୋନାର ତୃତୀୟ ଲହର ନେଇ ସମସ୍ତଙ୍କ ମନରେ ଭୟ ରହିଛି । ପିଲାଙ୍କ ସୁରକ୍ଷା ନେଇ ଏବେ ସମସ୍ତଙ୍କ ଚିନ୍ତା ବଢାଇଦେଇଛି । କୋଭିଡ ସଂକ୍ରମଣର ଏକ ମାସ ପରେ ୦ରୁ ୧୦ ବର୍ଷ ପିଲାଙ୍କ ଭିତରେ ଏମଆଇ ସିଣ୍ଡ୍ରୋମର ସମ୍ଭାବନା ବଢିଯାଇଛି । ହେଲେ କରୋନାର ପ୍ରଥମ ଲହରରେ ଏହା ଚିହ୍ନଟ ହୋଇନଥିଲା । ଦ୍ୱିତୀୟ ଲହରରେ ଦେଖାଯାଇଥିଲା ଯେ ବହୁତ ପିଲା ଏମଆଇ ସିଣ୍ଡ୍ରୋମରେ ହସ୍ପିଟାଲ ଆସୁଛନ୍ତି । 

gpkandhamal

କୋଭିଡରୁ ସୁସ୍ଥ ହେବାର ଏକ ମାସ ପରେ ସେମାନଙ୍କ ମୁଣ୍ଡ ବିନ୍ଧା ସହ ଝାଡାବାନ୍ତି ହେଉଛି । ଏଭଳି ଲକ୍ଷଣ ଦେଖାଯିବା ମାତ୍ରେ ଡାକ୍ତରଙ୍କ ପରାମର୍ଶ ନେଇ ହସ୍ପିଟାଲରେ ଭର୍ତ୍ତି ହେଲେ ମୃତ୍ୟୁହାର କମିବ ବୋଲ୍‌ି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି । ସମସ୍ତ ଜିଲ୍ଲାର ପ୍ରତ୍ୟେକ ହସ୍ପିଟାଲରେ ପିଲାଙ୍କ ପାଇଁ ଅକ୍ସିଜେନ ସିଲିଣ୍ଡର ଓ ବେଡ୍ ବଢାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । 

Umasankar Adv

ଆଇସିୟୁ ଓ ଏଚଡିୟୁ ବ୍ୟବସ୍ଥା ପାଇଁ ବନ୍ଦୋବସ୍ତ ଚାଲିଛି । ଖୁବଶୀଘ୍ର ସବୁ ହସ୍ପିଟାଲରେ ଏଭଳି ଚିକିତ୍ସା ସୁବିଧା ମିଳିବ । ବର୍ତ୍ତମାନ ସବୁ ମେଡିକାଲ କଲେଜରେ ଏହି ସୁବିଧା ରହିଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । 

Leave A Reply

Your email address will not be published.