୬ଟି ବଲ୍‌ରେ ୬ ଛକା ମାରିଲେ ଚଣ୍ଡୀଗଡ଼ରେ ଜନ୍ମିତ ଜସକରନ ମାଲହୋତ୍ରା

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୦ : ଅନ୍ତର୍ଜାତୀୟ କ୍ରିକେଟରେ ୪ର୍ଥ ଥର ପାଇଁ କ୍ରିକେଟରମାନେ ୬ଟି ବଲରେ ୬ଟି ଛକା ମାରିଛନ୍ତି । ଦକ୍ଷିଣ ଆଫ୍ରିକାର ହର୍ଷଲ ଗିବ୍ସ, ଭାରତର ଯୁବରାଜ ସିଂହ ଓ ୱେଷ୍ଟଇଣ୍ଡିଜର କିରନ ପୋଲାର୍ଡଙ୍କ କ୍ଲବରେ ଏବେ ଜସକରନ ମାଲହୋତ୍ରାଙ୍କ ପ୍ରବେଶ ହୋଇଛି । ଚଣ୍ଡୀଗଡ଼ରେ ଜନ୍ମିତ ଜସକରନ ଏବେ ଆମେରିକା ତରଫରୁ କ୍ରିକେଟ ଖେଳୁଛନ୍ତି । 

gpkandhamal

ପାପୁଆ ନ୍ୟୁ ଗୁଏନା ବିପକ୍ଷରେ ୨ୟ ଦିନିକିଆରେ ଜସକରନ ବିସ୍ଫୋରକ ବ୍ୟାଟିଂ କରିଥିଲେ । ସେ ୧୦୨ଟି ବଲ ଖେଳି ୧୭୩ ରନ୍ ସଂଗ୍ରହ କରିଥିଲେ । ଏଥି ସହିତ ସେ ଆମେରିକା ପାଇଁ ଶତକ ହାସଲ କରିବାରେ ପ୍ରଥମ ହୋଇଛନ୍ତି । ଏହି ମ୍ୟାଚରେ ୟୁଏସ ପ୍ରଥମେ ବ୍ୟାଟିଂ କରିଥିଲା । ଟିମ ୨୭୦ ରନ୍ ସଂଗ୍ରହ କରିଥିଲା ।

Umasankar Adv
Leave A Reply

Your email address will not be published.