୨୨ରେ ଆମେରିକା ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦୀ, ବାଇଡେନଙ୍କ ସହ ହେବ ଦ୍ୱିପାକ୍ଷୀକ ଆଲୋଚନା!

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ମାସ ୨୨ ତାରିଖରେ ଆମେରିକା ଗସ୍ତ କରିପାରନ୍ତି । ସେଠାରେ ସେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହିତ ଦ୍ୱିପାକ୍ଷୀକ ଆଲୋଚନା କରିପାରିନ୍ତି । ସେ ସେପ୍ଟେମ୍ବର ୨୩ରେ ଅନେକ ପ୍ରସଙ୍ଗରେ ବାଇଡେନଙ୍କ ସହିତ କଥା ହୋଇପାରନ୍ତି । ଏହା ବ୍ୟତୀତ ସେପ୍ଟେମ୍ବର ୨୫ରେ ସଂଯୁକ୍ତ ରାଷ୍ଟ୍ର ମହାସଭା ମଧ୍ୟ ଗସ୍ତ କରିପାରନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ମୋଦୀଙ୍କ ସମ୍ଭାବ୍ୟ ଆମେରିକା ଗସ୍ତ ନେଇ ଜଣାପଡ଼ିଛି । 

gpkandhamal

ଯଦି ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ଗସ୍ତ କରନ୍ତି, ତାହଲେ ନିଶ୍ଚିତ ଭାବରେ ଏହାକୁ ଗୁରୁତ୍ୱପୂର୍ଣ୍ଣ କୁହାଯିବ । କାରଣ ଜୋ ବାଇଡେନ ରାଷ୍ଟ୍ରପତି ହେବା ପରେ ପ୍ରଧାନମନ୍ତ୍ରୀଙ୍କ ସହିତ ପ୍ରଥମ ଥର ମୁହାଁମୁହିଁ ଚର୍ଚ୍ଚା ହେବ । ଭାରତ ଏବଂ ଆମେରିକାର ବିକାଶ ନେଇ ଅନେକ ପ୍ରସଙ୍ଗରେ ଆଲୋଚନା ହେବାର ଅଛି । ଏହା ବ୍ୟତୀତ ମୋଦୀଙ୍କ ବାର୍ଷିକ ଉଚ୍ଚ ସ୍ତରୀୟ ସଂଯୁକ୍ତ ରାଷ୍ଟ୍ର ମହାସଭା ଅଧିବେଶନର ଅଂଶବିଶେଷ ମଧ୍ୟ ହୋଇପାରିବେ । 

Umasankar Adv

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀ ୨୦୧୯ରେ ଆମେରିକା ଗସ୍ତ କରିଥିଲେ । ସେହି ସମୟରେ ସେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୋଦୀଙ୍କ ସମ୍ମାନରେ ହାଉଡୀ ମୋଦୀ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବଡ଼ ସଫଳତା ମିଳିଥିଲା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷଣ ଲକ୍ଷାଧିକ ଲୋକ ଶୁଣିଥିଲେ । ପୁଣି ଥରେ ଆମେରିକାରେ ମୋଦୀ ସମ୍ବୋଧନ କରିବାକୁ ଯାଉଛନ୍ତି । କେବଳ ଏତିକି ପାର୍ଥକ୍ୟ ଯେ ମୋଦୀଙ୍କ ଆମରିକା ଗସ୍ତ ହେଲେ, ତାଙ୍କୁ ବାଇଡେନ ସ୍ୱାଗତ କରିବେ । 

Leave A Reply

Your email address will not be published.