ଆମେରିକାରେ ପୁଣି ୧ ଲକ୍ଷ ୫୫ ହଜାର ଲୋକ ନୂଆ ପଜିଟିଭ୍‌

ୱାଶିଂଟନ, ସେପ୍ଟେମ୍ବର ୧୦ : ଆମେରିକାରେ ଲଗାତାର ୨ୟ ଦିନରେ  କୋଭିଡ-୧୯ ସକ୍ରିୟ ହୋଇଥିବା ଦେଖିବାକୁ ମିଳିଛି । ବୁଧବାର ୧ ଲକ୍ଷ ୪୫ ହଜାର ୮୨୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ଗତକାଲି ଠାରୁ୧୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାରି ଭିତରେ ୬୧ ହଜାର ୫୮୩ ଜଣ ସୁସ୍ଥ ଅଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୫୫ ହଜାର ୬୪୬ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୮୯୧ ଜଣଙ୍କର ମୃତ୍ୟୁ ହୋଇଛି । 

gpkandhamal

ଏହାରି ଭିତରେ ଆମେରିକାରେ କରୋନା ଭାଇରସଜନିତ ସଂକ୍ରମିତଙ୍କ ସଂଖ୍ୟା ୪ କୋଟି ୧୫ ଲକ୍ଷ ୫୬ ହଜାର ୨୧କୁ ଛୁଇଁଥିବା ବେଳେ ସେଥିରୁ ୩ କୋଟି ୧୭ ଲକ୍ଷ ୨୯ ହଜାର ୯୦ ଜଣ ସୁସ୍ଥ ହୋଇଛନ୍ତି । କରୋନା ଯୋଗୁଁ ଆମେରିକାରେ ୬ ଲକ୍ଷ ୭୪ ହଜାର ୫୦୯ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଏବେବି ଦେଶରେ ୯୧ ଲକ୍ଷ ୫୨ ହଜାର ୪୨୨ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି । ଏଥିରୁ ୨୫ ହଜାର ୮୧୫ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ରହିଛି । 

Umasankar Adv

ବିଶ୍ୱରେ ଆଜି ପର୍ଯ୍ୟନ୍ତ ୨୨ କୋଟି ୩୯ ଲକ୍ଷ ୮୦ ହଜାର ୧୮୮ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇସାରିଥିବା ବେଳେ ୪୬ ଲକ୍ଷ ୧୯ ହଜାର ୬୫୩ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୨୦ କୋଟି ୫ ଲକ୍ଷ ୬୦ ହଜାର ୬୪୩ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୮୭ ଲକ୍ଷ ୯୯ ହଜାର ୮୯୨ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ଏକ ଲକ୍ଷ ୩ ହଜାର ୮୯୦ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି । 

Leave A Reply

Your email address will not be published.