ଆଜି ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନ ବନ୍ଦ

ଭୁବନେଶ୍ୱର, ସେପ୍ଟେମ୍ବର ୧୪ : ଆଜି ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନ ବନ୍ଦ । ଲଗାଣ ବର୍ଷା କାରଣରୁ ଆଜି ନନ୍ଦନକାନନକୁ ବନ୍ଦ କରିଦିଆଯାଇଛି । ନନ୍ଦନକାନନର ୪ଟି ସଫାରୀ ସମେତ ବୋଟିଂକୁ ବନ୍ଦ କରିଦିଆଯାଇଛି । ପର୍ଯ୍ୟଟକ ଓ ଜୀବଜନ୍ତୁଙ୍କୁ ସୁରକ୍ଷା ପାଇଁ ଆଜି ଏହାକୁ ବନ୍ଦ କରିବା ନେଇ ନିଷ୍ପତ୍ତି ନିଆଯାଇଛି । ସେହିପରି ଲଗାଣ ବର୍ଷା କାରଣରୁ କୌଣସି ଜୀବଜନ୍ତୁଙ୍କର କୌଣସି ପ୍ରକାର ହାନି ହୋଇନାହିଁ । ଏହାସହିତ ସମସ୍ତ ଜୀବଜନ୍ତୁ ସୁରକ୍ଷିତ ରହିଛନ୍ତି । ଏନେଇ ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।  ସେପଟେ ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଛି । ଲଘୁଚାପ କାରଣରୁ ରାଜ୍ୟରେ ପ୍ରବଳ ବର୍ଷା ହୋଇଛି । ଗଭୀର ଅବପାତର ପ୍ରଭାବ ଏବେ ବି ସକ୍ରିୟ ରହିଛି । ଆସନ୍ତା ୪୮ ଘଣ୍ଟାରେ ଏହା ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ଯାହାର ପ୍ରଭାବରେ ୧୪ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି ।

Leave A Reply

Your email address will not be published.