ବସ୍ ଓ କାର୍ ମୁହାଁମୁହିଁ ଧକ୍କା, ୫ ଜୀବନ୍ତ ଦଗ୍ଧ

ରାଞ୍ଚି, ସେପ୍ଟେମ୍ବର ୧୫ : ବସ୍ ଓ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା । ଧକ୍କା ହେବା ଫଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏଥିରେ ୫ ଜଣ ଜୀବନ୍ତ ଜଳି ଯାଇଛନ୍ତି । ଏହାସହିତ ଅନେକ ଆହତ ହୋଇଛନ୍ତି । ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଝାଡଖଣ୍ଡ ରାମଗଡ ଜିଲ୍ଲାରେ । 

gpkandhamal

ସୂଚନା ଅନୁସାରେ, ସକାଳେ ଝାରଖଣ୍ଡର ରାମଗଡ ବୋକାରୋ ଏମ୍‌ଏଚ୍‌-୨୩ରେ ଏକ କାର ଏବଂ ବସ୍ ମଧ୍ୟରେ ଜୋରଦାର ଧକ୍କା ହୋଇଥିଲା । ଏହାପରେ ବସଟି କାର ଉପରେ ଚଢିଯାଇଥିଲା । ପରେ ବସ୍‌ରେ ନିଆଁ ଲାଗିଥିଲା । ଦେଖୁ ଦେଖୁ ନିଆଁ ଏବେ ବ୍ୟାପି ଯାଇଥିଲା ଯେ ଏହାକୁ ଆୟତ୍ତ କରିହୋଇନଥିଲା । ଫଳରେ କାରରେ ଥିବା ୫ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । 

Umasankar Adv

ସମସ୍ତ ମୃତକ ବିହାରର ବୋଲି ଜଣାପଡିଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଏବଂ ଜଣେ ବଙ୍କଳ ଥିବା ସୂଚନା ମିଳିଛି । ସେପଟେ ବସ୍‌ରେ ଥିବା ଅଧିକାଂଶ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହାସହିତ ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

Leave A Reply

Your email address will not be published.