ସାବତ ମା’ର ନିର୍ଯ୍ୟାତନରେ ଅତିଷ୍ଠ ହୋଇ ନିଜ ଜୀବନ ହାରିଲା ଝିଅ

ଆସିକା,ସେପ୍ଟେମ୍ବର 15 : ସାବତ ମା’ର ନିର୍ଯ୍ୟାତନରେ ଅତିଷ୍ଠ ହୋଇ ନିଜ ଜୀବନ ହାରିଲା ଝିଅ! ଏପରି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ହୀରାଖଣ୍ଡି ଗାଁରୁ । ଯେଉଁଠି ଗାଁ ଲୋକମାନେ ଅଭିଯୋଗ କରିଛନ୍ତି ନିଜ ମା ଚାଲିଯିବା ପରେ ସାବତ ମା’ର ନିର୍ଯାତନାର ଶିକାର ହୋଇଛି ମୃତ ଯୁବତୀ । 

ଯାହାଙ୍କ ନାମ ଝରଣା ଦାସ ।କିନ୍ତୁ ଏହି ଘଟଣା ପଛରେ କଣ ରହିଛି ସତ୍ୟା ସତ୍ୟ ଏନେଇ ପୋଲିସ୍ ଅଧିକ ତଦନ୍ତ ଚଳାଇଛି । 

Umasankar Adv
gpkandhamal

ସୁଚନା ଅନୁସାରେ ମୃତ ଯୁବତୀଙ୍କ ନିଜ ମା ୧୫ ବର୍ଷ ତଳେ ମୃତ୍ୟୁବରଣ କରିଥିବା ବେଳେ ଭାଇ ବାହାରେ ମୁଲ ଲାଗନ୍ତି ଏବଂ ବାପା ମଧ୍ୟ କେରଳରେ ରହି କାମ କରୁଥିଲେ । 

ଯାହାର ଫାଇଦା ଉଠାଇ ଝରଣାଙ୍କୁ ସାବତ ମା’ ବିଷ ଦେଇ ମାରି ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ପୁଲିସ ସାବତ ମା’କୁ ଅଟକ ରଖି ପଚରାଉଚରା କରୁଛି ଓ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.