ସ୍ଵାମୀର କଟୁରୀ ଚୋଟରେ ଚାଲିଗଲା ସ୍ତ୍ରୀର ଜୀବନ

ଯାଜପୁର,ସେପ୍ଟେମ୍ବର 15 : ସ୍ଵାମୀର କଟୁରୀ ଚୋଟରେ ଚାଲିଗଲା ସ୍ତ୍ରୀର ଜୀବନ । ଏପରି ଅଭାଭନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଟମକା ଥାନା ଗୋବର୍ଦ୍ଧନପୁର ଗ୍ରାମରେ ।ଫଳରେ ସ୍ଵାମୀକୁ ଅଟକ ରଖିଛି ଯାଜପୁର ପୋଲିସ୍ ।ପାରିବାରିକ କଳହକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଛି । 

gpkandhamal

ଗ୍ରାମବାସୀଙ୍କ କହିବା ମୁତାବକ ଗୋବର୍ଦ୍ଧନପୁର ଗ୍ରାମର ଗୋପାଳ ବେହେରାଙ୍କ ପୁଅ ରଞ୍ଜିତ ବେହେରା ଓ ତାଙ୍କ ସ୍ତ୍ରୀ ହୀରାଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ଝଗଡ଼ା ଚାଲୁଥିଲା ଏପରିକି ପୋଲିସ୍ ଆସି ଏହାର ସମାଧାନ ମଧ୍ୟ କରାଯାଉଥିଲା କିନ୍ତୁ ଗତକାଲି ରାତିରେ ନିଜ କାମ ସାରି ଘରକୁ ଫେରିବା ପରେ କୌଣସି କଥାକୁ ନେଇ ସ୍ତ୍ରୀ ହୀରାଙ୍କ ସହ ପାଟିତୁଣ୍ଡ ହୋଇଥିଲା। 

Umasankar Adv

ଏଥିରେ ଅତ୍ୟନ୍ତ ରାଗିଯାଇ ରଞ୍ଜିତ ଏକ କଟୁରିରେ ସ୍ତ୍ରୀ ହୀରାଙ୍କ ବେକକୁ ଚୋଟ ପକାଇଥିଲା। ଏହି ସମୟରେ ପାଟିତୁଣ୍ଡ ଶୁଣି ପଡୋଶୀ ସେଠାକୁ ଆସି ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ତ୍ରୀ ହୀରାଙ୍କୁ ଉଦ୍ଧାର କରି ଦାନଗଦୀ ମେଡ଼ିକାଲକୁ ନେଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।

Leave A Reply

Your email address will not be published.