ସ୍ବାସ୍ଥ୍ୟ ବିଭାଗ ଦାୟିତ୍ବରେ ଯୋଗ ଦେଲେ ଆର୍ କେ ଶର୍ମା

ଭୁବନେଶ୍ୱର, ସେପ୍ଟେମ୍ବର 15 : କୃଷି ଉତ୍ପାଦନ କମିସନର୍ ତଥା ୧୯୮୭ ବ୍ୟାଚ୍ ଆଇଏଏସ୍ ଅଫିସର୍ ରାଜ କୁମାର ଶର୍ମାଙ୍କୁ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ଏନେଇ ଗତକାଲି ସୁଚନା ଦିଆଯାଇଥିଲା ।ଫଳରେ ସେ ଆଜି ତାଙ୍କ କାର୍ଯ୍ୟରେ ଯୋଗଦେଇଛନ୍ତି ।

gpkandhamal

ଏପରି ଅଳ୍ପ ଦିନ ପାଇଁ କାର୍ଯ୍ୟ ଦିଆଯାଇଛି କାରଣ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ୨୮ ଦିନ ଛୁଟି ନେଇଥିବାରୁ ଆଇଏଏସ୍ ଅଫିସର୍ ରାଜ କୁମାର ଶର୍ମାଙ୍କୁ କାର୍ଯ୍ୟଭାର ତୁଲାଇବାକୁ ଦିଆଯାଇଛି । 

Umasankar Adv

 ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଅକ୍ଟୋବର ୧୧ ତାରିଖ ପର୍ଯ୍ୟନ୍ତ ତାଙ୍କର ବ୍ୟକ୍ତିଗତ କାରଣ ଦର୍ଶାଇ ଛୁଟି ନେଇଛନ୍ତି । ଫଳରେ ଅକ୍ଟୋବର ୧୨ରୁ ୧୫ ତାରିଖ ଯାଏଁ ପୂଜା ଛୁଟି ହୋଇଥିବାରୁ ସେ ୧୬ ତାରିଖରେ କାର୍ଯ୍ୟରେ ପୁଣି ଯୋଗ ଦେବେ ।

Leave A Reply

Your email address will not be published.