ଦୁର୍ବଳ ହେଉଛି ଲଘୁଚାପ

ଭୁବନେଶ୍ୱର, ସେପ୍ଟେମ୍ବର ୧୫ : ସାରା ରାଜ୍ୟରେ ପ୍ରବଳ ବର୍ଷା ହେବା ଫଳରେ ଦୁର୍ବଳ ହୋଇଛି ଲଘୁଚାପ । ଛତିଶଗଡ ଓ ମଧ୍ୟପ୍ରଦେଶ ମଧ୍ୟରେ ଲଘୁଚାପ ରହିଛି । ଯାହାର ପ୍ରଭାବରେ ଆଜି ରାଜ୍ୟର କିଛି କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହିତ ୨ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । 

gpkandhamal

ସୁନ୍ଦରଗଡ ଓ ଝାରସୁଗୁଡା ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଉକ୍ତ ୨ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେହିପରି ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ନୂଆପଡା, ବଲାଙ୍ଗିର, ସମ୍ବଲପୁର, ବରଗଡ, ଦେବଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲାକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । 

Umasankar Adv

ସେପଟେ ଆସନ୍ତାକାଲିଠାରୁ ପାଗରେ ପରିବର୍ତ୍ତନ ଆସିବ । ବର୍ଷା ପରେ ବି ରାଜ୍ୟରେ ୧୪ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ଜୁନ୍ ୧ ତାରିଖରୁ ୯୧୧.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଦୁଇଟି ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ବେଳେ ୧୮ଟି ଜିଲ୍ଲାରେ ସ୍ୱାଭାବିକ ଏବଂ ୧୦ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ଏହାସହିତ ଦୁଇ ଦିନ ମଧ୍ୟରେ ସେପ୍ଟେମ୍ବର ମାସର ସ୍ୱାଭାବିକ ବର୍ଷା ଠାରୁ ୬୦ ପ୍ରତିଶତ ଅଧିକ ବର୍ଷା ହୋଇଛି ।

Leave A Reply

Your email address will not be published.