ବିଶ୍ବର ୧୦୦ ଜଣିଆ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ସ୍ଥାନ ପାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ବିଶ୍ବରେ ଚର୍ଚ୍ଚିତ ମୁହଁ ଭାବେ ଉଭା ହୋଇଛନ୍ତି। ଟାଇମ ପତ୍ରିକା ଦ୍ବାରା ଜାରି ୨୦୨୧ର ସବୁଠାରୁ ୧୦୦ ଜଣିଆ ପ୍ରଭାବଶାଳୀ ଲୋକଙ୍କ ତାଲିକା ସହିତ ଯୋଡ଼ି ହୋଇଯାଇଛନ୍ତି।  

gpkandhamal

ଭାରତରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟତୀତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ପୁନେସ୍ଥିତ ସେରମ ପ୍ରତିଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଦାର ପୁନାୱାଲାଙ୍କ ନାମ ମଧ୍ୟ ଟାଇମ ପତ୍ରିକାରେ ସ୍ଥାନ ପାଇଛି।

Umasankar Adv

ସୂଚନାଯୋଗ୍ୟ, ଟାଇମ ବୁଧବାର ୨୦୨୧ର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନିଜର ବାର୍ଷିକ ତାଲିକା ପ୍ରକାଶ କରିଛି। ନେତା ବର୍ଗରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଉପରାଷ୍ଟ୍ରପତି କମଳା ହ୍ୟାରିସ, ଚୀନର ରାଷ୍ଟ୍ରପତି ଶୀ ଜିନପିଙ୍ଗ, ଡ୍ୟୁକ ଏବଂ ଡଚେସ ଅଫ ସକସେକ୍ସ ପ୍ରିନ୍ସ ହ୍ୟାରୀ ଏବଂ ମେଗନ ଏବଂ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ତାଲିକାରେ ସ୍ଥାନ ପାଇଛନ୍ତି।

Leave A Reply

Your email address will not be published.