ଏଲାନ ମୁସ୍କ କଂପାନୀ ସ୍ପେସଏକ୍ସ ରଚିଲା ଇତିହାସ ୪ ସାଧାରଣ ଲୋକଙ୍କୁ ପଠାଇଲା ମହାକାଶ

ୱାଶିଂଟନ୍‌, ସେପ୍ଟେମ୍ବର ୧୬ : ଏଲାନ ମୁସ୍କର କଂପାନୀ ’ସ୍ପେସଏକ୍ସ’ ଅନ୍ତରୀକ୍ଷ କ୍ଷେତ୍ରରେ ଇତିହାସ ରଚିଛି। ସ୍ପେସଏକ୍ସ ବୁଧବାର ରାତି (ଭାରତୀୟ ସମୟ ଅନୁସାରେ ସକାଳ ୫ଟା ୩୨)ରେ ଇନସ୍ପେରେଶନ ୪ ମିଶନକୁ ବିଶ୍ବର ପ୍ରଥମ ଅଲ ସିଭିଲିଅନ କୃ ସହିତ ଲଂଚ କରିଛି। ଏହି ୪ ଜଣ ପର୍ଯ୍ୟଟକ ୩ ଦିନ ପର୍ଯ୍ୟନ୍ତ ୫୭୫ କିଲୋମିଟର ଉପର ପୃଥିବୀର କକ୍ଷରେ ରହିବେ। ସେମାନଙ୍କୁ ଡ୍ରାଗନର କ୍ୟପସୁଲରେ ଯାତ୍ରୀ ଭାବରେ ଫାଲକନ ୯ ରକେଟ ଦ୍ବାରା ମହାକାଶକୁ ପଠାଯାଇଛି। ଏହି ମିଶନର ସବୁଠାରୁ ବଡ଼ କଥା ହେଲା ଯେ, ଏହାର ଚାଳକ ଦଳରେ କୌଣସି ଜଣେ ବି ଧନ୍ଦାମୂଳକ ମହାକାଶଯାତ୍ରୀ ନାହାନ୍ତି। ଏହି ମିଶନ ନାସାର ପ୍ରକ୍ଷେପଣ କେନ୍ଦ୍ରରୁ ଲଂଚ କରାଯାଇଛି। କିନ୍ତୁ ଏହାର ପୂରା ସଂପର୍କ ନାସା ସହିତ ନୁହେଁ। ବରଂ ସ୍ପେସଏକ୍ସ ସହିତ ଏହାର ସଂପର୍କ।

gpkandhamal

କଂପାନୀର ଏହା ପ୍ରଥମ ପୂରା ଘରୋଇ ମାନବ ଅନ୍ତରୀକ୍ଷ ଉଡାଣ ଅଟେ। କୋଟିପତି ଗ୍ରାହକ ଜେରେଡ ଇସାକମ୍ୟାନ ସିଧା ରକେଟ କଂପାନୀ ସହିତ କୃ ଡ୍ରାଗନ କ୍ୟାପସୁଲ ଭଡାରେ ନେଇଛନ୍ତି। ଇସାକମ୍ୟାନ ଏହା ସ୍ପଷ୍ଟ କରିନାହାନ୍ତି ଯେ, ଏଥି ପାଇଁ କେତେ ରାଶି ଦେବାକୁ ପଡ଼ିଛି।

Umasankar Adv
Leave A Reply

Your email address will not be published.