ପିପିଲି ଉପ-ନିର୍ବାଚନ ଆଉ ୩ ଦିନ ପରେ ଆରମ୍ଭ ହେବ ପ୍ରଚାର

ପିପିଲି, ସେପ୍ଟେମ୍ବର ୧୬ : ପାଖେଇ ଆସୁଛି ପିପିଲି ଉପନିର୍ବାଚନ । ପିପିଲି ବିଜେଡିର ଗଡ଼ ହୋଇଥିବା ବେଳେ କଡା ଟକ୍କର ଦେବାକୁ ଯାଉଛି ବିଜେପି, ରେସ୍ ରେ କଂଗ୍ରେସ ମଧ୍ୟ ରହିଛି ନିଜ ଭାଗ୍ୟ ପରୀକ୍ଷା କରିବାକୁ । ଆସନ୍ତା ସେପ୍ଟେମ୍ବର ୩୦ରେ ପିପିଲି ଉପନିର୍ବାଚନ ହେବାକୁ ଥିବା ବେଳେ ଡେଲାଙ୍ଗ ପିପିଲି ବାସୀ କାହା ମୁଣ୍ଡରେ ବିଜୟ ମୁକୁଟ ପିନ୍ଧାଇବେ ଏବେ ତା ଉପରେ ପୁରା ରାଜ୍ୟର ନଜର ।

gpkandhamal

ତେବେ ଏହି ଉପନିର୍ବାଚନ କରୋନା କଟକଣା ମଧ୍ୟରେ ଶେଷ କରିବାକୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ରହିଥିବା ବେଳେ ସୀମିତ ପ୍ରଚାରରେ ହେବ ନିର୍ବାଚନ । ପିପିଲି ଉପନିର୍ବାଚନ ପାଇଁ ଆଉ ୩ ଦିନ ପରେ ଅର୍ଥାତ୍ ସେପ୍ଟେମ୍ବର ୨୦ରୁ ପ୍ରଚାର ଆରମ୍ଭ ହେବାକୁ ଯାଉଛି ।  ପିପିଲିରେ ଗଡ ହାତେଇବା ପ୍ରଚାର ଯୋରଦାର ହେବା ନିତାହି ଆବଶ୍ୟକ ହୋଇପଡିଥିବା ବେଳେ ନିର୍ବାଚନୀ ପ୍ରଚାର ଉପରେ ରହିଛି କରୋନା କଟକଣା । ଏସବୁ କୁ ଦୃଷ୍ଟିରେ ରଖି ପିପିଲି ପାଇଁ ଏଥର ସ୍ୱତନ୍ତ୍ର ରଣନୀତି ଆପଣେଇଛନ୍ତି ୩ ଦଳ । ପ୍ରଚାର ପାଇଁ ବିଜେଡ଼ି, ବିଜେପି ଓ କଂଗ୍ରେସ ପକ୍ଷରୁ ଷ୍ଟାର ପ୍ରଚାରକ ତାଲିକା ମଧ୍ୟ ଘୋଷଣା ସରିଛି । ଏଥର ୨୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛନ୍ତି ୩ ଦଳ । ବଛା ବଛା ହେଭିୱେଟ୍ ନେତା ମନ୍ତ୍ରୀଙ୍କୁ ନେଇ ୨୦ରୁ ଆରମ୍ଭ ହେବ ପିପିଲି ଉପନିର୍ବାଚନ ପ୍ରଚାର ।

Umasankar Adv

ବିଜେଡ଼ିରୁ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇବାକୁ ଥିବା ବେଳେ ବିଜେପିରୁ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ୩ କେନ୍ଦ୍ରମନ୍ତ୍ରୀ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଭଳି ହେଭିୱେଟ୍ ପ୍ରଚାର ମଇଦାନକୁ ଓହ୍ଲାଇ ବିଜେଡିକୁ ଟକ୍କର ଦେବା ପାଇଁ ପ୍ରସ୍ତୁତି ଶେଷ କରିଛନ୍ତି ।

Leave A Reply

Your email address will not be published.