ଗିରଫ ହେଲା ଡେଲିଭରୀ ବୟ ଚିକୁନ୍‌

ଭୁବନେଶ୍ୱର, ସେପ୍ଟେମ୍ବର ୧୬ : ଭୁବନେଶ୍ୱର ଜେଲିଭରୀ ବୟ ପତିତପାବନ ଓରଫ ଚିକୁନ୍ ଅପହରଣ ଘଟଣା । ୟୁ-ଟ୍ୟୁବରୁ ଶିଖିଥିଲ ଅପହରଣ କରିବାର ତରିକା । ଜେରା ବେଳେ ଏଭଳି ବୟାନ ଦେଇଛି ଚିକୁନ୍ । ମିଛ ଅପହରଣ ଷଡଯନ୍ତ୍ରର ଠିକ ୭ ଦିନ ପୂର୍ବରୁ ୟୁଟ୍ୟୁବୁର ଏହି ଯୋଜନାର ତରିକା ଶିଖିଥିଲା ଚିକୁନ୍ । ଦୋକାନରୁ ନୂଆ ଛୁରୀ ଓ ସିମ ମଧ୍ୟ କିଣିଥିଲା । ସେହି ସିମ୍ ସାହାର୍ଯ୍ୟରେ ଚିକୁନ ନିଜ ପତ୍ନୀଙ୍କୁ ଭଏସ ମେସେଜ କରିଥିଲା ।  ଏହାସହିତ ଚିକୁନ ଗୋପ ଅଞ୍ଚଳର ଯୁବତୀଙ୍କୁ ୭ ବର୍ଷ ଧରି ଭଲ ପାଇ ଆସୁଥିଲା । ରାଜ୍ୟ ବାହାରେ ପ୍ରେମିକା ସହ ସେଟଲ୍ ହେବାକୁ ପ୍ଲାନ କରିଥିଲା । ସେହିପରି ଉଭୟ ପରିବାରଙ୍କୁ ଡାକି ପଚରାଉଚରା କରିବ ଧଉଳି ଥାନା ପୋଲିସ । ସତ ଶୁଣିବା ପରେ ସିନ ରିକ୍ରିଏସନ ପାଇଁ ପୋଲିସ ଚିକୁନଙ୍କୁ ନେଇପାରେ । ଅପହରଣ ନାଟକ ରଚିଥିବା ଅଭିଯୋଗରେ ପୋଲିସ ଚିକୁନକୁ ଗିରଫ କରିଛି । ଏନେଇ ଧଉଳି ଥାନା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । 

gpkandhamal

ଆଜି ସକାଳେ ମଧ୍ୟପ୍ରଦେଶରୁ ଚିକୁନ ଓ ତାର ପ୍ରେମିକାକୁ ଧଉଳି ଥାନା ପୋଲିସ ଭୁବନେଶ୍ୱରକୁ ଆଣିଛନ୍ତି । ଗତ ସୋମବାର ମଧ୍ୟପ୍ରଦେଶ କଟନୀ ଷ୍ଟେସନରୁ ଏହି ୨ ଜଣଙ୍କୁ ଅଟକ ରଖିଥିଲେ ରେଳୱେ ପୋଲିସ । ପରେ ଉଭୟଙ୍କୁ ଓଡିଶା ପୋଲିସ ସହଯୋଗରେ ଭୁବନେଶ୍ୱରକୁ ଅଣାଯାଇଛି । 

Umasankar Adv

ସୂଚନା ଅନୁସାରେ, ଧଉଳି ଅଞ୍ଚଳର ଏହି ଡେଲିଭରୀ ବୟ ପତିତପାବନ ଅପହରଣ ହୋଇଥିବା ଅଭିଯୋଗ ହୋଇଥିଲା । ଏହାସହିତ ପତିତପାବନ ପରିବାରକୁ ଏକ ଭଏସ ମେସେଜ ମଧ୍ୟ ଆସିଥିଲା । ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଏନେଇ ଆକ୍ସନକୁ ଆସିଯାଇଥିଲା ପୋଲିସ । ସମସ୍ତ ରେଳବାଇ ଥାନାକୁ ପତିତପାବନ ଫଟୋ ପଠାଯାଇଥିଲା ।  ଧଉଳି ଥାନା ପୋଲିସ ମାମଲାର ଛାନଭିନ ଜାରି ରଖିଥିବା ବେଳେ ଘଟଣାରେ ନୂଆ ଟ୍ୱିଷ୍ଟ ଆସିଲା । ପୁରୀ ଜିଲ୍ଲା ଗୋପ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ପତିତପାବନ ଅପହରଣ କରିଥିବା ନେି ଅଭିଯୋଗ ଆସିଥିଲା । ସେପଟେ ପତିତପାବନକୁ ମଧ୍ୟପ୍ରଦେଶର କଟନୀରୁ ଠାବ କରିଥିଲେ ରେଳବାଇ ପୋଲିସ । ତାଙ୍କ ସହ ଜଣେ ଯୁବତୀ ମଧ୍ୟ ରହିଥିଲେ । ଏହାପରେ ପୋଲିସ ଆରମ୍ଭ କରିଥିଲା ଛାନଭିନ । ଆଉ ନିଜେ ପତିତପାବନ ହିଁ ନିଜ ଅବହରଣ ନାଟକ ରଚିଥିଲା ।

Leave A Reply

Your email address will not be published.