କରୋନା ସଂକ୍ରମଣ କମିଛି ହେଲେ ବିପଦ ଟଳିନି

ଭୁବନେଶ୍ୱର, ସେପ୍ଟେମ୍ବର ୧୬ : ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି । ଦୈନିକ ସଂକ୍ରମଣ ହାର କମିଛି । ହେଲେ ଏଯାଏଁ ବିପଦ ଟଳିନି । ତେଣୁ କରୋନା ଗାଇଡଲାଇନକୁ ଅବହେଳା ନକରିବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପରାମର୍ଶ ଦେଇଛନ୍ତି ।  ସେ କହିଛନ୍ତି ଯେ କୋରନା ସଂକ୍ରମଣ ହାର ହ୍ରାସ ପାଇଛି । ହେଲେ କରୋନା ସମ୍ପୂର୍ଣ୍ଣ ରୂପେ ଯାଇନାହିଁ । ତେଣୁ ଆମ ସମସ୍ତଙ୍କୁ କଟକଣା ମାନି ଚଳିବାକୁ ହେବ । ନହେଲ ପୁଣି ଥରେ ସଂକ୍ରମଣ ବୃଦ୍ଧି ପାଇବ ଏବଂ ଜୀବନଜୀବିକା ପ୍ରଭାବିତ ହେବ । 

gpkandhamal

ସେପଟେ କେରଳରେ ଓନମ ପର୍ବ ପରେ ସ୍ଥିତି ଭୟାନକ ହୋଇଥିଲା । ତାହା ଏବେ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି । କିନ୍ତୁ ମହାରାଷ୍ଟ୍ରରେ ସ୍ଥିତି ଏବେ ଭୟଙ୍କର ହେଉଛି । ସେଠାରେ ସଂକ୍ରମଣ କମିଥିବା ବେଳେ ଏବେ ପୁଣି ଥରେ ବୃଦ୍ଧି ପାଇବାର ଲାଗିଛି । ତେବେ କେରଳ ଓ ମହାରାଷ୍ଟ୍ରର ସ୍ଥିତିକୁ ଦେଖି ଆମେ ସତର୍କ ରହିବା ଦରକାର । କାରଣ କୌଣସି ସମୟରେ ବି ସଂକ୍ରମଣ ବଢିପାରେ । 

Umasankar Adv

ପାର୍ବଣ ଋତୁରେ କରୋନା ସଂକ୍ରମଣ ବୃଦ୍ଧି ହେବ । କାରଣ ପାର୍ବଣ ସମୟରେ ସମସ୍ତେ କୋଭିଡ ଗାଇଡଲାଇନରୁ ଭୁଲିଯାଆନ୍ତି । ସମସ୍ତେ ଗୋଟିଏ ସ୍ଥାନରେ ଏକାଠି ହୁଅନ୍ତି । ଯାହାକି କୋଭିଡ ସଂକ୍ରମଣକୁ ନିମନ୍ତ୍ରଣ କରିଥାଏ । ତେଣୁ ସମସ୍ତେ କୋଭିଡ ଗାଇଡଲାଇନକୁ ମାନିବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ।

Leave A Reply

Your email address will not be published.