ରୋହିତ ଶର୍ମାଙ୍କୁ ଉପଅଧିନାୟକ ପଦରୁ ହଟାଇବାକୁ ଚାହୁଁଥିଲେ ବିରାଟ କୋହଲି

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୭ : ବିରାଟ କୋହଲି ଟି-୨୦ ବିଶ୍ବକପ ପରେ କ୍ରିକେଟର ସବୁଠାରୁ ଛୋଟ ପ୍ରାରୂପର ଅଧିନାୟକ ପଦରୁ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି। କୋହଲିଙ୍କ ଅଧିନାୟକକୁ ନେଇ ଏବେ ଗଣମାଧ୍ୟମରେ ଅନେକ ଚର୍ଚ୍ଚା ଚାଲିଛି। ସେହିପରି ପ୍ରଶଂସକ ଏବଂ ବିଶେଷଜ୍ଞମାନଙ୍କ ମନରେ ନାନା ପ୍ରଶ୍ନ ଉଙ୍କିମାରୁଛି। ଏହାରି ମଧ୍ୟରେ ବିରାଟ କୋହଲି ଗୁରୁବାର ଟୁଇଟ କରି ଅଚାନକ ବଡ଼ ଘୋ‌ଷଣା କରିଛନ୍ତି। 

gpkandhamal

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବିରାଟ କୋହଲିଙ୍କ ବ୍ୟବହାର ଅତୀତର ଟିମ ଇଣ୍ଡିଆର ଅଧିନାୟକଙ୍କ ତୁଳନାରେ ଭିନ୍ନ। ଉଦାହରଣ ସ୍ବରୂପ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ କୋଠରୀ ୨୪ ଘଣ୍ଟା ଖୋଲା ରହୁଥିଲା। କୌଣସି ବି ସାଥୀ ଖେଳାଳି ଭିତରକୁ ଯାଇପାରୁଥିଲେ। ଧୋନୀଙ୍କ ସହିତ ଭିଡିଓ ଗେମ ଖେଳିପାରୁଥିଲେ। ଲଂଚ ଏବଂ ଡିନର ମଧ୍ୟ କରିପାରୁଥିଲେ। ଦରକାର ପଡ଼ିଲେ କ୍ରିକେଟ ସଂପର୍କିତ ଆଲୋଚନା ମଧ୍ୟ କରୁଥିଲେ। କିନ୍ତୁ ପଡ଼ିଆ ବାହାରେ କୋହଲିଙ୍କ ସହିତ ଖେଳାଳି ସେତେ ବେଶି ସଂପର୍କ ରଖିପାରୁ ନଥିଲେ। 

Umasankar Adv

କୁହାଯାଉଛି ଯେ, କୋହଲି ଚୟନ କମିଟି ପାଖରେ ପ୍ରସ୍ତାବ ରଖିଥିଲେ ଯେ, ରୋହିତ ଶର୍ମାଙ୍କୁ ଉପଅଧିନାୟକ ପଦରୁ ହଟାଇ ଦିଆଯାଉ। କୋହଲିଙ୍କ କହିବା ଅନୁସାରେ ରୋହିତ ଶର୍ମାଙ୍କ ବୟସ ୩୪ ବର୍ଷ ହୋଇଯାଇଛି। ଏଥି ପାଇଁ କୌଣସି ଏକ ଯୁବ ଖେଳାଳିଙ୍କୁ ଏହି ଦାୟିତ୍ବ ଦେଲେ ଭଲ। ସେ ଋଷଭ ପନ୍ତ ଅଥବା ଲୋକେଶ ରାହୁଲଙ୍କୁ ଉପଅଧିନାୟକ କରିବାକୁ ଚାହୁଁଥିଲେ। କିନ୍ତୁ ଫଳ ଓଲଟା ଦେଖିବାକୁ ମିଳିଛି। କୌଣସି ଏକ କାରଣରୁ କୋହଲି ଟି-୨୦ ଫର୍ମାଟର ଅଧିନାୟକ ପଦ ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

Leave A Reply

Your email address will not be published.