ନ୍ୟାସନାଲ୍‌ ଶୁଟିଂ ଚମ୍ପିୟନ୍‌ଶିପ୍‌ରେ ୨ୟ ସ୍ବର୍ଣ୍ଣପଦକ ଜିତିଲେ ବିଜେପି ବିଧାୟକ ଶ୍ରେୟସୀ ସିଂହ

ପଟିଆଲା/ପାଟଣା, ଡିସେମ୍ବର ୧୩ : ବିଜେପି ବିଧାୟକ ଶ୍ରେୟସୀ ସିଂହ ୬୪ତମ ନ୍ୟାସନାଲ ଶୁଟିଂ ଚମ୍ପିୟନଶିପ୍‌ରେ ପ୍ରଶଂସନୀୟ ପ୍ରଦର୍ଶନ ଜାରି ରଖିଛନ୍ତି। ପଂଜାବର ପଟିଆଲାରେ ଆୟୋଜିତ ଏହି ଚମ୍ପିୟନଶିପରେ ଶ୍ରେୟସୀ ରବିବାର ଡବଲ ଟ୍ରାପ୍‌ ଇଭେଣ୍ଟରେ ସ୍ବର୍ଣ୍ଣପଦକ ଜିତିଛନ୍ତି। ୧୦ ଦିନ ପୂର୍ବରୁ ସେ ଏକ ସ୍ବର୍ଣ୍ଣପଦକ ଜିତିଥିଲେ। ଜମୁଇର ବିଧାୟକ ଶ୍ରେୟସୀ ସିଂହ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଗବିଜୟ ସିଂହ ଏବଂ ବାଙ୍କାର ପୂର୍ବତନ ସାଂସଦ ପୁତୁଲ କୁମାରୀଙ୍କ ଝିଅ। ଗତଥର ବିଧାନସଭା ନିର୍ବାଚନରେ ସେ ଆରଜେଡିର ବିଜୟ ପ୍ରକାଶଙ୍କୁ ପାଖାପାଖି ୪୧ ହଜାର ଭୋଟରେ ହରାଇଥିଲେ। ଶ୍ରେୟସୀ ଖେଳ ସହିତ ପାର୍ଟିର ଦାୟିତ୍ବକୁ ମଧ୍ୟ ତୁଲାଇଥାନ୍ତି। ତାଙ୍କୁ ଭାରତୀୟ ଜନତା ଯୁବା ମୋର୍ଚ୍ଚାର କେନ୍ଦ୍ରୀୟ କାର୍ଯ୍ୟ ସମିତିର ସଦସ୍ୟ କରାଯାଇଛି। ଏଥି ସହିତ ଉତ୍ତରାଖଣ୍ଡ ବିଜେପି ଯୁବା ମୋର୍ଚ୍ଚାର ସହପ୍ରଭାରୀ ଦାୟିତ୍ବ ଦିଆଯାଇଛି।  ଶ୍ରେୟସୀ ସିଂହଙ୍କ ସଫଳତାରେ ଜମୁଇ ଏବଂ ଆଖପାଖ ଅଞ୍ଚଳରେ ଖୁସିର ଲହର ଖେଳିଯାଇଛି। ରାଜ୍ୟର ନେତାମାନେ ଶ୍ରେୟସୀଙ୍କ ସଫଳତାରେ ଖୁସି ହୋଇ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। 

Leave A Reply

Your email address will not be published.