ଭିସୁଟରେ ପୁଣି ରାଗିଂ

ସମ୍ବଲପୁର, ଡିସେମ୍ବର ୧୮ : ବୁର୍ଲା ଭିସୁଟରେ ପୁଣି ରାଗିଂ ଅଭିଯୋଗ ହୋଇଛି । ବୁର୍ଲା ଭିସୁଟ ଛାତ୍ରଙ୍କୁ ପୁଣି କ୍ୟାମ୍ପସ ବାହାରେ ରାଗିଂ ଅଭିଯୋଗ ହୋଇଛି । ବିଟେକ୍ ପ୍ରଡକ୍ସନ ଇଞ୍ଜିନିୟରିଂର ଦ୍ୱିତୀୟ ବର୍ଷର ଜଣେ ଛାତ୍ର ଅଭିଯୋଗ ଆଣିଛନ୍ତି । ତେବେ ଛାତ୍ର ଜଣକ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।  ଅଭିଯୋଗ ଅନୁସାରେ, ଛାତ୍ର ଜଣକ ସନ୍ଧ୍ୟାରେ କିର୍ବା ଛକକୁ ନିଜର ଜଣେ ସାଙ୍ଗ ସହ ଜଳଖିଆ ଖାଇବାକୁ ଯାଇଥିଲେ । ସେହି ସମୟରେ ତାଙ୍କର ୬ ଜଣ ସିନିୟର ଆସି ନାଁ ପଚାରିବା ପରେ ମାଡ ମାରିବା ଆରମ୍ଭ କରିଥିଲେ ।  ଏହି ଘଟଣା ନେଇ କୌଣସି ସ୍ଥାନରେ ଅଭିଯୋଗ କଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିବା ଛାତ୍ର ଜଣକ କହିଛନ୍ତି । ତେବେ ସମସ୍ତ ଛାତ୍ର ନିଶା ସେବନ କରିଥିବା ପୀଡିତ ଛାତ୍ର ଜଣଙ୍କ ଅଭିଯୋଗ କରିଛନ୍ତି । 

Leave A Reply

Your email address will not be published.