ରାଜ୍ୟରେ ଉପର ତଳ କରୋନା ଗ୍ରାଫ୍‌

ଭୁବନେଶ୍ୱର, ଡିସେମ୍ବର ୨୦ : ରାଜ୍ୟରେ ପୁଣି ଉପରତଳ ହେଲାଣି କରୋନା ଗ୍ରାଫ୍ । ଗତକାଲି ଠାରୁ ଆଜି ଦୈନିକ କରୋନା ସଂକ୍ରମଣରେ ସାମାନ୍ୟ ହ୍ରାସ ପାଇଛି । ଗତ କାଲି ପୁରା ରାଜ୍ୟରୁ ୧୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆସି ଏହି ସଂଖ୍ୟାରେ ବୃଦ୍ଧି ପାଇଛି। ଆଜି ରାଜ୍ୟରୁ ୧୮୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏମାନଙ୍କ ମଧ୍ୟରେ ୧୦୯ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ବାକି ୭୭ ଟି ଲୋକାଲ୍ କେସ୍ ରହିଛି । ଆଜି ୧୮ ବର୍ଷରୁ କମ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୯ ରହିଛି । ଆଜିର ୧୮୬ ଜଣ କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୩୦୨୦ କୁ ବୃଦ୍ଧି ପାଇଛି। ଅନ୍ୟପଟେ ଆଜି କରୋନା ମହାମାରୀରେ ଜଣେ ପ୍ରାଣ ହରାଇଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି ।

Leave A Reply

Your email address will not be published.