ଲୋକପ୍ରିୟ ସ୍ପେନିଶ କଣ୍ଠଶିଳ୍ପୀ କାର୍ଲୋସ ମାରିନ୍‌ଙ୍କ ୫୩ ବର୍ଷ ବୟସରେ କରୋନାରେ ପରଲୋକ

ନୂଆଦିଲ୍ଲୀ, ଡିସେମ୍ବର ୨୦ : ସଂଗୀତ ପ୍ରେମୀଙ୍କ ପାଇଁ ଏକ ଦୁଃଖଦ ଖବର ଆସିଛି। ସ୍ପେନିଶ ଷ୍ଟାର କାର୍ଲୋସ ମେରିନଙ୍କ ପରଲୋକ ହୋଇଯାଇଛି। କୋଭିଡ-୧୯ କାରଣରୁ କାର୍ଲୋସଙ୍କ ରବିବାର ରାତିରେ ମଞ୍ଚେଷ୍ଟର ହସ୍‌ପିଟାଲରେ ମୃତ୍ୟୁ ହୋଇଛି। କାର୍ଲୋସ ଜଣେ ପ୍ରସିଦ୍ଧ କଣ୍ଠଶିଳ୍ପୀ ଥିଲେ। ତାଙ୍କର କଣ୍ଠ ସ୍ବର ମାଧ୍ୟମରେ ସେ ଦର୍ଶକ ଓ ସଂଗୀତପ୍ରେମୀଙ୍କୁ ବାନ୍ଧି ରଖିଥିଲା।  ୫୩ ବର୍ଷୀୟ କାର୍ଲୋସ ଅନେକ ଦିନରୁ କୋମାରେ ଥିଲେ। ଡିସେମ୍ବର ୭ରେ ପୁଣି ଥରେ ରୋଗର ସାମ୍ନା କରିବାରୁ ତାଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। କରୋନା ସଂକ୍ରମଣ ଚିହ୍ନଟ ହେବା ପରେ ଡାକ୍ତରୀ ଟିମ୍‌ ତାଙ୍କୁ ସ୍ବତନ୍ତ୍ର ନଜରରେ ରଖିଥିଲେ। ଅନ୍ୟ ଏକ ସରକାରୀ ପେନାଲ କଣ୍ଠଶିଳ୍ପୀଙ୍କ ସ୍ବାସ୍ଥ୍ୟ ବୁଲେଟିନ୍‌ ଜାରି କରୁଥିଲେ।  

Leave A Reply

Your email address will not be published.