ଆମେରିକାରେ ଓମିକ୍ରନ୍‌ରେ ପ୍ରଥମ ମୃତ୍ୟୁ

ୱାଶିଂଟନ୍‌, ଡିସେମ୍ବର ୨୧ : ବ୍ରିଟେନ୍‌ ପରେ ଆମେରିକାରେ ପ୍ରଥମ ଥର ପାଇଁ କୋଭିଡ-୧୯ର ନୂଆ ଭାରିଆଣ୍ଟ ଓମିକ୍ରନ୍‌ରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ନେଇ ଗଣମାଧ୍ୟମ ସଂସ୍ଥା ରିପୋର୍ଟ କରିଛି। କୁହାଯାଉଛି ଯେ, ଆମେରିକାରେ ଓମିକ୍ରନ୍‌ଜନିତ ପ୍ରଥମ ମୃତ୍ୟୁ ହୋଇଛି। ମାତ୍ର ଏବାବଦରେ ସଠିକ୍‌ ସୂଚନା ମିଳିପାରି ନାହିଁ।  ଆମେରିକାରେ ଚଳିତ ମାସରେ ୫୦ ପ୍ରତିଶତ କୋଭିଡି ସଂକ୍ରମଣ ବୃଦ୍ଧି ହୋଇଛି। ୱାଶିଂଟନ ଇନଡୋର ମାସ୍କର ଆଦେଶ ଦେଇଛି। ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ କହିଛନ୍ତି ଯେ, ଓମିକ୍ରନ୍‌କୁ ନେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି। ଉଭୟ ଆମେରିକା ଓ ବ୍ରିଟେନ୍‌ରେ ଦ୍ରୁତଗତିରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଆମେରିକାରେ ଦିନକରେ ୧ ଲକ୍ଷ ୯୧ ହଜାରରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ବ୍ରିଟେନ୍‌ରେ ୯୧ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.