ଦକ୍ଷିଣ ଆଫ୍ରିକା: ବର୍ଣ୍ଣବୈଷମ୍ୟ ପାଇଁ ଲଢ଼େଇର ହିରୋ ଡେସମଣ୍ଡ ଟୁଟୁଙ୍କ ଇକୋ-ଫ୍ରେଣ୍ଡଲି ଶୈଳୀରେ ହେଲା ଅନ୍ତିମ ସଂସ୍କାର

କେପ୍‌ଟାଉନ୍‌, ଜାନୁଆରୀ ୦୩ : ଦକ୍ଷିଣ ଆଫ୍ରିକାରେ ବର୍ଷ ବର୍ଷ ଧରି ବର୍ଣ୍ଣବୈଷମ୍ୟ ନୀତି ବିରୋଧରେ ଲଢ଼େଇ କରିଥିବା ଡେସମଣ୍ଡ ଟୁଟୁଙ୍କ ରବିବାର ଅନ୍ତିମ ସଂସ୍କାର କରାଯାଇଛି। ଟୁଟୁଙ୍କ ପରିବାର ଓ ଚାହୁଁଥିବା ଲୋକ ଅଶ୍ରୁଳ ଆଖିରେ ବିଦାୟ ଦେଇଛନ୍ତି। ଟୁଟୁ ଅନ୍ତିମ ସଂସ୍କାରକୁ ପରାଂପରିକ ଭାବେ କରିବା ବଦଳରେ ଇକୋ ଫ୍ରେଣ୍ଡଲି ଶୈଳୀରେ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ସେହି ଆଧାରରେ ତାଙ୍କର ମୃତଦେହକୁ ଏକ୍‌ଭୋମେଶନ ଦ୍ବାରା କରାଯାଇଥିଲା। ଏହି ପ୍ରକ୍ରିୟାରେ ନିଆଁ ବଦଳରେ ପାଣିକୁ ବ୍ୟବହାର କରାଯାଇଥାଏ। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ନୋବେଲ ଶାନ୍ତି ପୁରସ୍କାର ବିଜେତା ଆର୍ଫବିଶପ ଡେସମଣ୍ଡ ଟୁଟୁଙ୍କ ଅନ୍ତିମ ସଂସ୍କାର ତାଙ୍କର ଇଚ୍ଛା ଅନୁସାରେ କରାଯାଇଛି। ଏଥି ପାଇଁ ଏକ ଏଭଳି ପ୍ରକ୍ରିୟାକୁ ଚୟନ କରାଯାଇଥିଲା, ଯାହାକି ପରିବେଶ ଅନୁକୂଳଯୁକ୍ତ। ଏକଭୋମେଶନ ଅଥବା ଏଲ୍କେଲାଇନ ହାଇଡ୍ରୋଲିସିସ ପରାଂପରିକ ଭାବେ ବ୍ୟବହାର କରି ଶବ ଜଳାଇବା ଠାରୁ ବହୁତ ପାର୍ଥକ୍ୟ। ଏହି ପ୍ରକ୍ରିୟାରେ ମୃତକଙ୍କ ଶବକୁ ଏକ ଧାତୁର ସିଲିଣ୍ଡର ଭିତରେ ପାଣି ଓ କ୍ଷରିୟ ପଦାର୍ଥ ରଖାଯାଇଥାଏ। ଏହି ସିଲିଣ୍ଡରକୁ ୩ରୁ ୪ ଘଣ୍ଟା ଯାଏଁ ୧୫୦ ଡିଗ୍ରୀ ସେଲସିୟସରେ ରଖାଯାଇଥାଏ। ଏହା ଦ୍ବାରା ୯୦ ପ୍ରତିଶତ ଶକ୍ତି ସଂଚିତ ହୋଇଥାଏ। ସେହିପରି ପରିବେଶକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ।  

Leave A Reply

Your email address will not be published.