ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ସୁପ୍ରିମକୋର୍ଟରେ ପୁଣି ଆସନ୍ତା ୧୦ ତାରିଖରେ ଶୁଣାଣି

ନୁଆଦିଲ୍ଲୀ, ଜାନୁଆରୀ 7 : ଦୁଇ ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଜାବ ଆସିଥିବା ସମୟରେ ସୁରକ୍ଷା ବ୍ୟବସ୍ଥାରେ ଅନେକ ସମସ୍ୟା ସୃଷ୍ଟି ହୋଇଥିଲା । ଯାହାଫଳରେ ଏହାକୁ ନେଇ ରାଜନୀତି ଜୋର ଧରିଛି । ଆଜି ଏହି ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣୀ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ରେକର୍ଡ଼ ସୁରକ୍ଷିତ କରିବା ପାଇଁ ପଞ୍ଜାବ ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ସୁପ୍ରିମକୋର୍ଟ ଙ୍କ ନିର୍ଦ୍ଦେଶ ହୋଇଛି । ରାଜ୍ୟ ପ୍ରଶାସନ ,ପଞ୍ଜାବ ପୋଲିସ୍ ରେକର୍ଟ ହସ୍ତାନ୍ତରରେ ସହଯୋଗ କରିବେ । ଫଳରେ ଏହି ଘଟଣାର ପୁନଃ ଶୁଣାଣୀ ଆସନ୍ତା ସୋମବାର ଦିନ ହେବ । ଏହାପୁର୍ବରୁ ସବୁ ରେକର୍ଡ଼ ରଖିବା ପାଇଁ ନିର୍ଦ୍ଦେଶ ହୋଇଛି ।

Leave A Reply

Your email address will not be published.