ଆଜିଠୁ ଭୁବନେଶ୍ୱର ଏୟାରପୋର୍ଟରେ RTPCR ଟେଷ୍ଟ ବାଧ୍ୟତାମୂଳକ

ଭୁବନେଶ୍ୱର, ଜାନୁଆରୀ ୭ : ରାଜ୍ୟରେ ୩ ହଜାର ମୁହାଁ ହେଲାଣି ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ କରୋନାର ଏଭଳି ବିସ୍ଫୋଟକ ସ୍ଥିତିରେ ତୃତୀୟ ଲହର ଭୟରେ ପୁଣି କଡା ହୋଇଛି କରୋନା କଟକଣା । ଦ୍ୱିତୀୟ ଲହର ଭଳି ବର୍ତ୍ତମାନ ତୃତୀୟ ଲହର ସମୟରେ ବି ରାଜ୍ୟ ବାହାରୁ ରାଜ୍ୟ ଭିତରକୁ ଆସୁଥିବା ଲୋକ ମାନଙ୍କ ଉପରେ ବିଶେଷ ନଜର ରଖାଯାଉଛି । ଯାହାକୁ ନେଇ ପୁଣି ଥରେ ଭୁବନେଶ୍ୱର ବିମାନ ବନ୍ଦରରେ କରୋନା ଟେଷ୍ଟ ଆରମ୍ଭ ହୋଇଛି । ଆଜିଠାରୁ ରାଜ୍ୟ ବାହାରୁ ଆସୁଥିବା ଲୋକମାନଙ୍କ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ବିମାନ ବନ୍ଦର ପରିସରରେ ୪ଟି କୋଭିଡ୍ ଟେଷ୍ଟିଂ କାଉଣ୍ଟର କରାଯାଇ ଆରଟିପିସିଆର ଟେଷ୍ଟ କରାଯିବ । ଯେଉଁମାନେ ପଜିଟିଭ୍ ଚିହ୍ନଟ ହେବେ ସେମାନଙ୍କୁ ସଙ୍ଗରୋଧରେ ରଖାଯିବ ବୋଲି ବିଏମସି ପକ୍ଷରୁ ଜାରି କରାଯାଇଥିବା ଗାଇଡଲାଇନ୍‌ରେ ସ୍ପଷ୍ଟ କରାଯାଇଛି ।

Leave A Reply

Your email address will not be published.