ପୋଲିସ୍ ଇନଫରମର ସନ୍ଦେହରେ ପ୍ରଜାକୋର୍ଟ ଡାକି ୩ ଜଣଙ୍କୁ ହତ୍ୟା

ମାଲକାନଗିରି, ଜାନୁଆରୀ ୭ : ଥମୁନି ମାଓ ଉପଦ୍ରପ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁରରେ ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ ଦେଖିବାକୁ ମିଳିଛି । ପୋଲିସ୍ ଇନଫରମର ସନ୍ଦେହରେ ପ୍ରଜାକୋର୍ଟ ଡାକି ୩ ଜଣଙ୍କୁ ହତ୍ୟା କରିଛନ୍ତି ଲାଲବାହିନୀ । ଏଭଳି ଏକ ବିଭତ୍ସ କାଣ୍ଡ ଘଟିଛି ଛତିଶଗଡ ବିଜାପୁର ଇଡନାର ଗାଁରେ । ସୂଚନା ଅନୂଯାଇ ହତ୍ୟା କରାଯାଇଥିବା ୩ ଜଣଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ରହିଛନ୍ତି । ମୃତ ମହିଳାଙ୍କ ନାଁ ମାଙ୍ଗୀ ଏବଂ ଦୁଇ ପୁରୁଷ ହେଲେ କାମୁଲୁ ଓ ପୁନେମ । ଏହି ଅଞ୍ଚଳରେ ଲାଲବାହିନୀକୁ ଦମନ କରିବା ପାଇଁ କିଛି ମାସ ହେଲା ସୁରକ୍ଷା ବାହିନୀ ପକ୍ଷରୁ ଜୋରଦାର କମ୍ବିଂ ଅପରେସନ କରାଯାଇ ମାଓ ଗଡ଼ ଧ୍ୱସଂ କରାଯାଉଛି । ଯାହାକୁ ନେଇ ଏବେ ରକ୍ତମୁଖା ହୋଇ ଉଠିଛନନ୍ତି ଲାଲ ବାହିନୀ । ତେବେ ଗତକାଲି ମାଓବାଦୀ ଏଭଳି ବିଭତ୍ସ କାଣ୍ଡ ଘଟାଇବା ପରେ ପୁରା ଅଞ୍ଚଳକୁ ସୁରକ୍ଷାବାହିନୀଙ୍କ ଦ୍ୱାରା ଘେରାଉ କରାଯାଇ ଏବେ ଜୋରଦାର କମ୍ବିଂ ଅପରେସନ୍ ଜାରି ରିହିଥିବା ସୂଚନା ମିଳିଛି ।

Leave A Reply

Your email address will not be published.