୧୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ପୁରୀ, ଜାନୁଆରୀ ୦୭ : ରାଜ୍ୟରେ ଥମିବାର ନା ଧରୁନି ବ୍ରାଉନସୁଗାର କାରବାର । ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ବ୍ରାଉନସୁଗାର ଜବତ ହେଉଛି । ପୁଣି ୧୪୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୧୪ ଲକ୍ଷ ଟଙ୍କା ହେବ । ସେହିପରି ଏହି ଘଟଣାରେ ୫ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି ।  ସୂଚନା ଅନୁସାରେ, ପୁରୀ ଜିଲ୍ଲା ବାସେଳିସାହି ଥାନା ହୁଙ୍କାରେଶ୍ୱର ମନ୍ଦିର ମାତାମଠ ନିକଟରୁ ବ୍ରାଉନସୁଗାର ଜବତ ହୋଇଛି । ଏସଟିଏଫ ଓ ବାସେଳିସାହି ଥାନା ପୋଲିସ ଚଢଉ କରିଥିଲା । ଫଳରେ ୧୪୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି ।  ତେବେ ଘଟଣାରେ ୫ ଜଣଙ୍କୁ ପୋଲିସ ଗିରଫ କରିଛି । ଏହାସହିତ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ କାର ଓ ନଗଦ ୫୦ ହଜାର ଟଙ୍କା ଜବତ କରାଯାଇଛି । ବର୍ତ୍ତମାନ ଘଟଣାରେ ଅଧିକ ତଦନ୍ତ ଜାରି ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.