ରାଜ୍ୟରେ ୯୧ ପ୍ରତିଶତ ଲୋକ ନେଲେଣି ପ୍ରଥମ ଡୋଜ୍ କୋଭିଡ୍ ଟିକା

ଭୁବନେଶ୍ୱର, ଜାନୁଆରୀ ୭ : ରାଜ୍ୟରେ ପୁଣି ଉପର ମୁହାଁ ହୋଇଛି କରୋନା ଗ୍ରାଫ୍। ତୃତୀୟ ଲହର ଭୟ ମଧ୍ୟରେ ରାଜ୍ୟରେ ତ୍ୱରାନିତ୍ୱ ହୋଇଛି କରୋନା ଟିକାକରଣ । ତେବେ ରାଜ୍ୟରେ ଟିକାକରଣକୁ ନେଇ ଆଜି ପ୍ରତିକ୍ରିୟା ଦେଇଛନ୍ତି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୯୧ ପ୍ରତିଶତ ଲୋକ ପ୍ରଥମ ଡୋଜ୍ ଟିକା ନେଇସାରିଥିବା ସୂଚନା ଦେଇଛନ୍ତି ଡା. ପାଣିଗ୍ରାହୀ । ଅନ୍ୟପଟେ ଦ୍ୱିତୀୟ ଡୋଜ୍ ଟିକା ନେଇଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଦ୍ୱିତୀୟ ଡୋଜ୍ ଟିକା ନେବା ପାଇଁ ସମୟ ହୋଇଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୯୦ ପ୍ରତିଶତ ଲୋକ ଦ୍ୱିତୀୟ ଡୋଜ୍ ଟିକା ନେଇ ସାରିଛନ୍ତି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ । ସେହିଭଳି ଗତ ଜାନୁଆରୀ ୩ ତାରିଖରୁ ରାଜ୍ୟରେ କିଶୋରଙ୍କ ଟିକାକରଣ ଆରମ୍ଭ ହୋଇଥିବା ବେଳେ ଏପର୍ଯ୍ୟନ୍ତ ରାଜ୍ୟରେ ସମସ୍ତ ଟିକା କରଣ କେନ୍ଦ୍ରରେ ପ୍ରାୟ ୩ ଲକ୍ଷ ୪୨ ହଜାରରୁ ଉର୍ଦ୍ଧ୍ୱ ପିଲାଙ୍କୁ ଟିକା ଦିଆଯାଇଥିବା ଆଜି ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ସୂଚନା ଦେଇଛନ୍ତି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

Leave A Reply

Your email address will not be published.