ଭୂମିକମ୍ପରେ ଥରିଲା ରାମ ନଗରୀ ଅଯୋଧ୍ୟା

ଅଯୋଧ୍ୟା, ଜାନୁଆରୀ ୦୭ : ରାମନଗରୀ ଅଯୋଧ୍ୟାରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଗୁରୁବାର ବିଳମ୍ବିତ ରାତିରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି । ଭୂମିକମ୍ପର ତୀବ୍ରତା ୪.୩ ଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ଗୁରୁବାର ରାତିରେ ହଠାତ ଅଯୋଧ୍ୟା ମାଟି ଥରି ଉଠିଥିଲା । ରାତି ୧୨ଟାରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳୀ ନେପାଳ ବୋଲି ଜଣାପଡିଛି । ତେବେ ଏନେଇ ଅଧିକ ତଥ୍ୟ ମିଳିପାରିନାହିଁ । ଝଟକା ପରେ ଲୋକେ ଭୟରେ ଘରୁ ବାହାରକୁ ଚାଲି ଆସିଥିଲେ । ନ୍ୟାଶନାଲ ସେଣ୍ଟର ଫର୍ ସେସ୍ମୋଲୋଜି ଅନୁସାରେ, ରାତି ୧୧ଟା ୫୯ ମିନିଟରେ ଭୂମିକମ୍ପ ହୋଇଥିଲା . ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୩ ରହିଥିଲା । ଏହାର କେନ୍ଦ୍ର ମାଟିଠାରୁ ୧୫ କିମି ଥିବା ବୋଲି କୁହାଯାଇଛି ।

Leave A Reply

Your email address will not be published.