ଅଭିନେତ୍ରୀ ସ୍ୱରା ଭାସ୍କର କରୋନା ପଜିଟିଭ୍‌

ନୂଆଦିଲ୍ଲୀ, ଜାନୁଆରୀ ୭ : ବଲିଉଡ୍‌ରେ କରୋନା ପୁଣି ନିଜର କାୟା ବିସ୍ତାର କରିବା ଆରମ୍ଭ କରିଛି । ଓମିକ୍ରନ୍ ଭୟ ଆରମ୍ଭରୁ ଜଣଙ୍କ ପରେ ଜଣେ ବଲିଉଡ୍ ଅଭିନେତା ଓ ଅଭିନେତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି । ବର୍ତ୍ତମାନ ଅଭିନେତ୍ରୀ ସ୍ୱରା ଭାସ୍କର କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଏନେଇ ନିଜେ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି ସ୍ୱରା । ସ୍ୱରା ଗତ ୫ ତାରିଖରୁ ସାମାନ୍ୟ ଅସୁସ୍ଥ ଅନୁଭବ କରିବା ସହିତ ତାଙ୍କ ଠାରେ କିଛି କରୋନା ଲକ୍ଷ୍ୟଣ ଦେଖାଦେବାରୁ ସେ ନିଜର କୋଭିଡ୍ ଟେଷ୍ଟ କରାଇଥିଲେ ଓ ଆଜି ତାଙ୍କ ରିପୋର୍ଟ ଆସିବା ପରେ ସେ କରୋନା ପଜିଟିଭ୍ ଥିବା ସ୍ପଷ୍ଟ ହୋଇଛି । ତେବେ ସ୍ୱରା ବର୍ତ୍ତମାନ ନିଜ ପରିବାର ସହିତ ଆଇସୋଲେସନ୍‌ରେ ରହିଥିବା ବେଳେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ନିଜର କରୋନା ଟେଷ୍ଟ କରାଇନେବାକୁ ପରାମର୍ଶ ଦେଇଛନ୍ତି ସ୍ୱରା ।

Leave A Reply

Your email address will not be published.