ନିଟ୍‌,ପିଜି ଓ ୟୁଜି ନାମଲେଖା ପାଇଁ ଲାଗୁ ହେବ EWC/OBC ସଂରକ୍ଷଣ

ନୂଆଦିଲ୍ଲୀ,ଜାନୁଆରୀ 7 : ନିଟ୍ କାଉନସେଲିଂ ନେଇ ସୁପ୍ରିମ୍‌କୋର୍ଟ ଏକ ବଡ଼ ଘୋଷଣା କରିଛନ୍ତି । ଏହି ଘୋଷଣାରେ ନିଟ୍‌,ପିଜି,ଓ ୟୁଜି ନାମଲେଖା ପାଇଁ ନିଷ୍ପତ୍ତି ପ୍ରକାଶ ପାଇଛି ।  EWC/OBC ସଂରକ୍ଷଣ ଲାଗୁ ହେବା ନେଇ ସ୍ପଷ୍ଟ କଲେ ସର୍ବୋଚ୍ଚ କୋର୍ଟ । ୨୦୨୧-୨୨ ବର୍ଷ ପାଇଁ EWC/OBC ସଂରକ୍ଷଣ ଲାଗୁ ହେବ । ସର୍ବଭାରତୀୟ କୋଟାରୁ EWC/OBC ବର୍ଗ ସଂରକ୍ଷଣ ପାଇବେ । ଏହି କୋଟାରେ EWC ୨୭%,ଙ୍କୁ OBC୧୦% ସଂରକ୍ଷଣ ପ୍ରଦାନ କରାଯିବ । ତେବେ ଏହି ଘଟଣାକୁ ନେଇ ଆଗରୁ ମଧ୍ୟ ଅନେକ ଆନ୍ଦୋଳନ ହୋଇଥିଲା ଫଳରେ ଆଜି ଏହି ଗୁରୁତ୍ୱପୁର୍ଣ୍ଣ ରାୟ ସୁପ୍ରିମ୍‌କୋର୍ଟ ଶୁଣାଇଛନ୍ତି । ଏହା ପରେ ନିଟ୍ କାଉନସେଲିଂ ପରୀକ୍ଷା ଖୁବ୍ ଆରମ୍ଭ ହୋଇଯିବ ବୋଲି ସୁଚନା ମିଳିଛି ।

Leave A Reply

Your email address will not be published.