ସୁପ୍ରିମକୋର୍ଟରେ ଶୁଣାଣୀ ହେବା ପୂର୍ବରୁ ଥାନାରେ ମାମଲା ରୁଜୁ କଲା ପଞ୍ଜାବ ପୋଲିସ୍

ନୂଆଦିଲ୍ଲୀ ,ଜାନୁଆରୀ 7 : ଦୁଇ ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଜାବ ଆସିଥିବା ସମୟରେ ସୁରକ୍ଷା ବ୍ୟବସ୍ଥାରେ ଅନେକ ସମସ୍ୟା ସୃଷ୍ଟି ହୋଇଥିଲା । ଯାହାଫଳରେ ଏହାକୁ ନେଇ ରାଜନୀତି ଜୋର ଧରିଛି।  ଆଜି ଏହି ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣୀ ହେବ । କିନ୍ତୁ ସବୁଠାରୁ ବଡ଼ କଥା ହେଉଛି ଏହି ଶୁଣାଣୀ ପୂର୍ବରୁ ପଞ୍ଜାବ ପୋଲିସ୍ ଏହି ଘଟଣାରେ ଥାନାରେ ଏକ ମାମଲା ରୁଜୁ କରିଛି । ଆଜି ମଧ୍ୟ ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶରେ ଏକ ଟିମ୍ ତଦନ୍ତ ପାଇଁ ଫିରୋଜପୁରରେ ପହଁଚିଛି । ଡ଼େପୁଟି କମିଶନର ସହ ଏନେଇ  ଆଲୋଚନା ହୋଇଛି ।  ତେବେ ସୁପ୍ରିମକୋର୍ଟରେ ରୁଜୁ ମାମଲାରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି  ଏନଭି ରମନା ମାମଲାର ଶୁଣାଣି କରିବେ । ବରିଷ୍ଠ ଓକିଲ ମନିଂଦର ସିଂ ଏନେଇ ଜନସ୍ୱାର୍ଥ ମାମଲା ଆବେଦନ କରିଛନ୍ତି । ଏହି ଆବେଦନରେ କୁହାଯାଇଛି ଯେ ଏହି ପ୍ରକାର ସୁରକ୍ଷା ବ୍ୟବସ୍ଥାରେ ଢିଲା ପଦକ୍ଷେପ ନିଆଯାଇ ପାରିବ ନାହିଁ । ଏହାଛଡ଼ା ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ପରାମର୍ଶ ହୋଇଛି । ଯାହାଫଳରେ ଏପରି ଭୁଲ ଆଉ ଆଗାମୀ ସମୟରେ ହେବନାହିଁ । କେବଳ ଏତିକି ନୁହେଁ ପଞ୍ଜାବ ସରକାର ମଧ୍ୟ ଗୃହ ମନ୍ତ୍ରାଳୟକୁ ଉତ୍ତର ମଧ୍ୟ ଦେଇଛନ୍ତି ।

Leave A Reply

Your email address will not be published.