ବିଶ୍ବବ୍ୟାପୀ କରୋନା: : ୩୦.୭୭ କୋଟି ଆକ୍ରନ୍ତ

ନୂଆଦିଲ୍ଲୀ, ଜାନୁଆରୀ ୧୦ : ବିଶ୍ବରେ ବିଗତ ୨୪ ଘଣ୍ଟା ମଧ୍ୟରେ ୧୮ ଲକ୍ଷ ୪୮ ହଜାର ୪୧୨ ଜଣ ନୂଆ ପଜିଟିଭ୍‌ ଚିହ୍ନଟ ହେବା ପରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୦ କୋଟି ୭୭ ଲକ୍ଷ ୮୫ ହଜାର ୧୫୫ରେ ପହଞ୍ଚିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୩୨୯୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏଥି ସହିତ ବଶ୍ବବ୍ୟାପୀ କରୋନାରେ ମୃତକଙ୍କ ସଂଖ୍ୟା ୫୫ ଲକ୍ଷ ୫ ହଜାର ୭୨୮ରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ୫୪ ଲକ୍ଷ ୩ ହଜାର ୩୭୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଆଜି ସକାଳ ୬ଟା ପର୍ଯ୍ୟନ୍ତ ବିଶ୍ବବ୍ୟାପୀ ୨୫ କୋଟି ୯୪ ଲକ୍ଷ ୯୯ ହଜାର ୩୦ ଜଣ କରୋନାରୁ ସୁସ୍ଥ ହୋଇସାରିଥିବା ବେଳେ ୪ କୋଟି ୨୭ ଲକ୍ଷ ୮୦ ହଜାର ୩୯୭ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଏଥିରୁ ୯୩ ହଜାର ୯୮୪ ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି। 

Leave A Reply

Your email address will not be published.